ଜୁଲାଇରେ ଜିଏସଟି କଲେକ୍ସନ ୧ ଲକ୍ଷ କୋଟି ଟଙ୍କା ପାର୍

0

ଜୁନ୍ ରେ ଜିଏସଟି ସଂଗ୍ରହକ ଲାଗିଥିଲା ଝଟକା । ଲଗାତାର ୮ ମାସ ଅର୍ଥାତ୍ ଅକ୍ଟୋବର ୨୦୨୦ ରୁ ମେ ୨୦୨୧ ମେ ମାସ ଯର୍ଯ୍ୟନ୍ତ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଉପରେ ରହିବା ପରେ ଜୁନରେ କରୋନା ସଙ୍କଟ ଯୋଗୁଁ ଜିଏସଟି ସଂଗ୍ରହରେ ହ୍ରାସ ହୋଇଥିଲା । କିନ୍ତୁ ଜୁଲାଇରେ ପୁଣି ଥରେ ଜିଏସଟି ସଂଗ୍ରହରେ ବୃଦ୍ଧି ହୋଇଛି ।

ରବିବାର ଅର୍ଥ ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି ଯେ ଜୁଲାଇ ମାସରେ ଜିଏସଟି ସଂଗ୍ରହ ୩୩ ପ୍ରତିଶତ ବଢ଼ି ୧.୧୬ ଲକ୍ଷ କୋଟିରେ ପହଞ୍ଚିଛି । ଏହା ପୂର୍ବରୁ ଜୁନ ୨୦୨୧ରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କାରୁ କମ ଅର୍ଥାତ ୯୨,୮୪୯ କୋଟି ଟଙ୍କା ରହିଥିଲା । ଯେତେବେଳେକି ଜୁଲାଇ ୨୦୨୦ରେ ଜିଏସଟି କଲେକ୍ସନ ୮୭,୪୨୨ କୋଟି ଟଙ୍କା ଥିଲା ।

ତଥ୍ୟ ଅନୁଯାୟୀ ଜୁଲାଇ ୨୦୨୧ରେ ଜିଏସଟିରେ ରାଜସ୍ୱ ୧,୧୬,୩୯୩ କୋଟି ଟଙ୍କା ରହିଛି । ଏଥିରେ କେନ୍ଦ୍ରୀୟ ଜିଏସଟି ୨୨,୧୯୭ କୋଟି, ରାଜ୍ୟ ଜିଏସଟି ୨୮,୫୪୧ କୋଟି, ଇଣ୍ଟିଗ୍ରେଟେଡ୍ ଜିଏସଟି ୫୭,୮୬୪ କୋଟି ଟଙ୍କା (ଆମଦାନୀରେ ୨୭,୯୦୦ କୋଟି ଟଙ୍କା ସହ), ଏବଂ ଉପକର ୭,୭୯୦ କୋଟି ଟଙ୍କା ରହିଛି । ଜୁଲାଇ ୨୦୨୧ରେ ଜିଏସଟି ସଂଗ୍ରହ ତଥ୍ୟ ଏକ ପୂର୍ବ ବର୍ଷ ତୁଳନାରେ ସମାନ ମାସରେ ସଂଗୃହୀତ ଜିଏସଟି ଠାରୁ ୩୩ ପ୍ରତିଶତ ଅଧିକ ରହିଛି ।

Leave A Reply

Your email address will not be published.