ଜାଣନ୍ତୁ କଣ ରହିଛି ଶ୍ରୀମନ୍ଦିର ସହ ପବନ ପୁତ୍ର ହନୁମାନଙ୍କ ରହସ୍ୟମୟ ସମ୍ପର୍କ

0

ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ହେଉଛନ୍ତି ହନୁମାନ । ରାମ ଯେଉଁଠି ତାଙ୍କ ପରମ ଭକ୍ତ ହନୁମାନ ମଧ୍ୟ ସେହିଠାରେ । ପୁରାଣ ବର୍ଣ୍ଣିତ କିମ୍ବଦନ୍ତୀକୁ ଆଧାର କରି ଅନେକ ଭକ୍ତ ଏହା ବିଶ୍ୱାସ କରନ୍ତି ଯେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଓ ଶ୍ରୀ ଜଗନ୍ନାଥ ହେଉଛନ୍ତି ଏକ ।

ଲୋକମତରେ ବିଶ୍ୱାସ ରହିଛି ପ୍ରଚଣ୍ଡ ରୌଦ୍ରତାପରୁ ସମଗ୍ର ଧରାକୁ ରକ୍ଷା କରିବାକୁ ପ୍ରଭୁ ହନୁମାନ ଜନ୍ମ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ମହାବିଷୁବ ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ ଦିନ ଶ୍ରୀମନ୍ଦିର ଖୁବ ଉତ୍ସବ ମୁଖରିତ ହୋଇଉଠେ । ଏହିଦିନ ବିଶେଷ ଭାବେ ମନ୍ଦିରରେ ପଣାଛତୁଆ ଭୋଗ ହେବା ସହ ମହାପ୍ରଭୁ ହନୁମାନଙ୍କ ବିଶେଷ ପୂଜାର୍ଚନା କରାଯାଇଥାଏ ।

ଅନ୍ୟ କିମ୍ବଦନ୍ତୀ ଅନୁସାରେ ଶ୍ରୀମନ୍ଦିର ସହ ନୀଳକ୍ରରର ସୁରକ୍ଷା ଦାଇତ୍ୱ ହନୁମାନଙ୍କ ହସ୍ତରେ ନ୍ୟସ୍ତ ରହିଛି ।
ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଚାରି ଦ୍ଵାରର ବ୍ୟବସ୍ତା ରହିଥିବା ବେଳେ ଚାରି ଦ୍ୱାରରେ ହନୁମାନଙ୍କ ବିଭିନ୍ନ ମୂର୍ତି ଦଣ୍ଡାୟମାନ ରହିଛି। ଯେପରି ପୂର୍ବ ଦ୍ୱାର ବା ସିଂହଦ୍ୱାରରେ ଫତେ ହନୁମାନଙ୍କ ମୂର୍ତି ବିଦ୍ୟମାନ ଥିବା ସମୟରେ ଦକ୍ଷିଣ ଦ୍ୱାରର ବାହାରେ ବାରଭାଇ ହନୁମାନଙ୍କ ପ୍ରତିମା ଅବସ୍ତିତ । ସେହିପରି ପଶ୍ଚିମ ଦ୍ୱାରରେ ବିରବିକ୍ରମ ହନୁମାନ ବିରାଜମାନ । ଯାହାଙ୍କୁ ପୁରୀ ବାସିନ୍ଦା ମାନେ କାନପୋତା ହନୁମାନ ଭାବେ ଜାଣନ୍ତି । ଯାହାଙ୍କ କାର୍ଯ୍ୟ ହେଉଛି ପୁରୀ ମନ୍ଦିର ମଧ୍ୟକୁ ସମୁଦ୍ରର ଗୁରୁ ଗର୍ଜନ ଶବ୍ଦକୁ ପ୍ରବେଶ ନ କରାଇ ଦେବା ।

ସେହିପରି ଭିତର ଦ୍ଵାରର ରକ୍ଷକ ଭାବେ ଚାରିଚକ୍ର ହନୁମାନ ବିଦ୍ୟମାନ ଅଛନ୍ତି ।  ସେହିପରି ପଶ୍ଚିମ ପଟ ଦ୍ଵାରର ସୁରକ୍ଷା ପାଇଁ ପଶ୍ଚିମ ପଟ ବାହାର ବେଢାରେ ଅଛନ୍ତି ଦେବ ଦ୍ୱାରପାଳ ପଞ୍ଚମୁଖୀ ହନୁମାନ । ସେହିପରି ଆନନ୍ଦବଜାରରେ ଷୋହଳମୂର୍ତି ହନୁମାନ ବିଗ୍ରହ ରହିଛନ୍ତି । ଯାହାଙ୍କର କାର୍ଯ୍ୟ ହେଉଛି ସେଠାରେ ଶୃଙ୍ଖଳା ରକ୍ଷା କରିବା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏଠାରେ ଥିବେ ହନୁମାନମାନେ ସିନ୍ଦୁରମୁଖୀ ନୁହନ୍ତି ।

Image result for shree mandir hd

ଏହା ବ୍ୟତୀତ ଶ୍ରୀମନ୍ଦିରର ଅନ୍ୟ ସ୍ଥାନ ଯଥା-ନାଟ୍ୟମଣ୍ଡପ, ପଟଚିତ୍ର, ଅନେକ ସ୍ତମ୍ଭ ରେ ମହାନ ଭକ୍ତ ହନୁମାନଙ୍କ ପ୍ରତିମା ଦୃଷ୍ଟିଗୋଚର ହୋଇଥାଏ । ଶ୍ରୀମନ୍ଦିରକୁ ଛାଡିଦେଲେ ପୁରୀ ସହର ମଧ୍ୟରେ ବାଟ ମହାବୀର, ସିଦ୍ଧ ମହାବୀର, ବେଡି ମହାବୀର ମନ୍ଦିର ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ । ଯାହା ଭକ୍ତ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପଲଟିଥାଏ ।

Leave A Reply

Your email address will not be published.