ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ମହମ୍ମଦ ରଫିକ

0

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ l ମହମ୍ମଦ ରଫିକ ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ର କାର୍ଯ୍ୟକରି ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରୁଥିଲେ l 2019 ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ସେ ଶପଥ ଗ୍ରହଣ କରିଥିଲେ l ଗତକାଲି ଜଷ୍ଟିସ୍ ରଫିକ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଓଡିଶା ରେ ପହଁଚିଥିଲେ l ଆଜି ଓଡ଼ିଶାର ଲୋକସେବା ଭବନରେ ବିଧିବଦ୍ଧ ଭାବରେ ଶପଥ ନେଇଛନ୍ତି l ଏନେଇ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି l ଏହି ସ୍ଵତନ୍ତ୍ର ଉତ୍ସବରେ ଓଡିଶା ହାଇକୋର୍ଟର ସମସ୍ତ ବିଚାରପତି ଓ ଆଡଭୋକେଟ ଜେନେରାଲ ଉପସ୍ଥିତ ଥିଲେ l ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ l

Leave A Reply

Your email address will not be published.