କରୋନା ଟାଣିଛି ଗାର, ଏ ବର୍ଷ ପୁରୀରେ ରଥଯାତ୍ରା ବନ୍ଦ

0

ବର୍ଷ ବର୍ଷ ଧରି ପାଳନ କରାଯାଉଥିବା ବିଶ୍ୱପ୍ରସିଧ ରଥଯାତ୍ରା ଏ ବର୍ଷ ହେବ ନାହିଁ । ମାନେ ପୁରୀ ବଡ଼ ଦାଣ୍ଡରେ ତିନି ରଥ ଗଡ଼ିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି । ଯାହା ଇତିହାସରେ ପ୍ରଥମ ଥର ବୋଲି ଗଣାଯାଉଛି । ଫଳରେ କୋର୍ଟଙ୍କ ରାୟ ଆସିବା ପରେ ଏହା ବିଶ୍ୱରେ ରହୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଶକ୍ତ ଝଟକା ଦେଇଛି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, କରୋନା ସଂକ୍ରମଣ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି । ପୁରୀରେ ବ୍ୟାପକ ସଂକ୍ରମଣ ଜନ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରଥଯାତ୍ରା ହେବ ନାହିଁ ବୋଲି ସୂଚନା ମିଳିଛି । ଜୁନ୍ ୨୩ରେ ରଥଯାତ୍ରା ହେବାର ଥିଲା । ଏଥିପାଇଁ ମଧ୍ୟ ରାଜ୍ୟ ସରକାର ଓ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଥିଲା । ହେଲେ ଏହା ଉପରେ ଉଚ୍ଚନ୍ୟାୟଳାୟ ରୋକ ଲଗାଇଦେଇଛନ୍ତି ।

ସେପଟେ ଗତକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ରଥଯାତ୍ରା ଆୟୋଜନକୁ ରଦ୍ଦ କରିଛନ୍ତି ସେଠାକାର ଜିଲ୍ଲାପାଳ । କଟକ ହେଉ ଅବା ରାୟଗଡ଼ା ସବୁଠି କରୋନା ଭୟରେ ରଥଯାତ୍ରା ଆୟୋଜନକୁ ବାତିଲ କରିବାକୁ ସରାକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି ।

କଟକ, ରାୟଡ଼ା ଭଳି ବାଲେଶ୍ୱର ଜିଲ୍ଲାରେ ୧୨ଟି ସ୍ଥାନରେ ରଥଯାତ୍ରା ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଖଡ଼ଗପାଲ, ବାଲିଆପାଳ ଓ ବାଲେଶ୍ୱରସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଉପରେ କଟକଣା ଲାଗିଛି । ବାଲିଆପାଳରେ ଶ୍ରୀଜଗନ୍ନାଥ ମନ୍ଦିରରେ ରଥଟଣା ହେବ ନାହିଁ । ବାଲେଶ୍ୱରସ୍ଥିତ ଜାନୁଗଞ୍ଜ ଜଗନ୍ନାଥ କମିଟି ବ୍ଲକ କଲୋନି ପକ୍ଷରୁ ରଥଟଣା ହେବ ନାହିଁ ।

ସେହିଭଳି ସୋର ଗୁଡ଼ର ଶ୍ରୀଜଗନ୍ନାଥ ମନ୍ଦିରରେ ରଥ ଗଡ଼ିବ ନାହିଁ । ସୋରସ୍ଥିତ ଅନନ୍ତପୁରରେ ମଧ୍ୟ ମହାପ୍ରଭୁଙ୍କ ରଥ ଗଡ଼ିବ ନାହିଁ । ଜଳେଶ୍ୱରରେ ଇସ୍କନ ମନ୍ଦିରରେ ମଧ୍ୟ ରଥଯାତ୍ରା ବନ୍ଦ ରହିବ । ସୋରସ୍ଥିତ ରାୟପୁର ଶ୍ରୀଜଗନ୍ନାଥ ମନ୍ଦିରରେ ରଥଟଣା କଟକଣା ଜାରି କରାଯାଇଛି । ସେହିଭଳି ସୋର ମୁବାରକପୁରରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ରଥ ଚଳିତ ବର୍ଷ ଗଡ଼ିବ ନାହିଁ । ରେମୁଣାର କଇଁରାଳି ଜଗନ୍ନାଥ ମନ୍ଦିରରେ ରଥଟଣା କଟକଣା ଲାଗିଛି । କେଦାରପୁର ଦଧିବାମନ ମନ୍ଦିରରେ ମଧ୍ୟ ରଥ ଗଡ଼ିବ ନାହିଁ । ରେମୁଣା ସହଳିପାଣାରେ ରଥଟଣା ବନ୍ଦ ରହିବ । ଏଠାକାର ଚରଣପାଲ ଜଗନ୍ନାଥ ମନ୍ଦିରରେ ରଥ ଗଡ଼ିବ ନାହିଁ ।

କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ବାଲିଗୁଡ଼ାରେ ରଥଟଣା କଟକଣା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ସେହିଭଳି ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର ଓ ଟିଟିଲାଗଗଡ଼ ସବ୍‌ଡିଭିଜନରେ ରଥଟଣା କାର୍ଯ୍ୟ ଉପରେ କଟକଣା ଜାରି ହୋଇଛି । ମୟୂରଭଂଜ ଜିଲ୍ଲାର ସଦରମହକୁମା ବାରିପଦାରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଶ୍ରୀହରିବଳଦେବ ଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ମଧ୍ୟ କରୋନା ଗାଇଡଲାଇନ ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହେବ ।

Leave A Reply

Your email address will not be published.