ଓଡ଼ିଆ ନ୍ୟୁଜ୍: ଆଜିଠୁ ପୁଣି ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା । ଲୀଳାଖେଳା ସାରି ରତ୍ନବେଦୀକୁ ଫେରିଛନ୍ତି ଶ୍ରୀଜିଉ । ନୀଳକନ୍ଦରରେ ବିଜେ କରିଛନ୍ତି ନୀଳାଦ୍ରିନାଥ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ଆରମ୍ଭ । ପ୍ରଥମ ନୀଳାଚଳ ଅବଢ଼ା ପାଇବା ପାଇଁ ବ୍ୟାକୁଳ ହେଲେଣି ଭକ୍ତ । ୧୨ ଦିନ ମାନବୀୟ ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମହାପ୍ରଭୁ ।
କୋଟି କୋଟି ଭକ୍ତଙ୍କ ମଉଡ଼ ମଣି କାଳିଆ ଠାକୁର ବଡ଼ ଭାଇ ବଳଭଦ୍ରଙ୍କ ସହ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି । ଭକ୍ତଙ୍କ ଦୁଃଖର ବିନାଶ କରି, ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇ ଫେରିଛନ୍ତି । ପଣ୍ଡା ପଡ଼ିହାରୀ ଗୋଟି ପହଣ୍ଡିରେ ତିନି ଠାକୁରଙ୍କୁ ମନ୍ଦିର ଭିତରକୁ ନେଇଛନ୍ତି । ଏଥିସହ ରଥଯାତ୍ରାର ଅନ୍ତିମ ପର୍ବ ସମାପନ ହୋଇଛି। ରତ୍ନବେଦୀରୁ ବାହୁଡି ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରୀନାଥ।