ଅଭିଯୁକ୍ତ ଚମ୍ପଟ୍‌ ଘଟଣା, ୩ପୋଲିସ ସସ୍‌ପେଣ୍ଡ୍

0

ଓଡ଼ିଆ ନ୍ୟୁଜ୍: ଯାଜପୁର ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ୍‌ ଘଟଣାରେ ୩ ସସ୍‌ପେଣ୍ଡ୍।ବ୍ରହ୍ମବରଦା ଥାନାର ଜଣେ ASI ଓ ୨ କନଷ୍ଟେବଲ୍‌ ସସ୍‌ପେଣ୍ଡ୍‌।ଜଣେ ASI ଓ ୨ କନଷ୍ଟେବଲ୍‌ ସସ୍‌ପେଣ୍ଡ୍‌ ନେଇ ଯାଜପୁର SPଙ୍କ ସୂଚନା।ଚୋରି ମାମଲାରେ ପଚରାଉଚରା ପାଇଁ ଥାନାକୁ ଆଣିଥିଲେ, ଚମ୍ପଟ୍‌ ମାରିଲା। ପୁଣି ଥାନା ପାଖରେ ଜଣଙ୍କ ଘରୁ ଗାଡ଼ି ନେଇ ଚମ୍ପଟ୍‌ ମାରିବାରୁ କାର୍ଯ୍ୟାନୁଷ୍ଠାନ।

ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନାକୁ ଏକ ଚୋରି ମାମଲାରେ ଗିରଫ ଅଭିଯୁକ୍ତ ଶୁକ୍ରବାର ରାତିରେ ଥାନାରୁ ଫେରାର । ଫେରାର ଯୁବକ ଜଣକ ହେଲେ ଆଶିଷ ବେହେରା । ଅଭିଯୁକ୍ତଙ୍କୁ ଧରିବା ପାଇଁ ବ୍ରହ୍ମବରଦା ପୋଲିସ ଉଦ୍ୟମ ଜାରି ରଖିଥିବା ବେଳେ ଯାଜପୁର ରୋଡ୍‌ ଏସଡିପିଓ ତଦନ୍ତ ଆରମ୍ଭ କରିଛନ୍ତି ।

ଥାନା ହାଜତରୁ ଅଭିଯୁକ୍ତ ଫେରାର ହେବା ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଜଣେ ଏଏସଆଇ ଓ ଦୁଇ ଜଣ କନେଷ୍ଟବଳଙ୍କୁ ନିଲମ୍ବନ କଲେ ଯାଜପୁର ଏସ୍‌ପି । ଏଏସଆଇ ଅଚ୍ୟୁତାନନ୍ଦ ଦାସ, କନେଷ୍ଟବଳ ବିଦ୍ୟାପତି ପଲେଇ ଓ ସନ୍ତୋଷ ସାହୁଙ୍କୁ ନିଲମ୍ବିତ କରାଯାଇଛି । ଯାଜପୁର ରୋଡ଼ ଏସଡ଼ିପିଓ ଶରତ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ବିଭାଗୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦେଲେ ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲ ।

Leave A Reply

Your email address will not be published.