PNG ସଂଯୋଗ ବୃଦ୍ଧି ପାଇଁ ଦିଆଯାଇଛି ଟାର୍ଗେଟ୍: ଯୋଗାଣ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀରେ ଯୋଗାଣ ମନ୍ତ୍ରୀଙ୍କ ସହ ବୈଠକ ପରେ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ପ୍ରତିକ୍ରିୟା।ସହରରେ ପିଏନ୍‌ଜି ସଂଯୋଗକୁ ପ୍ରାଧାନ୍ୟ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ପିଏନ୍‌ଜି ଦାମ୍‌ କମ୍‌ ରହିଛି, ୬୦% ଭାରତରେ ଉତ୍ପାଦନ ହେଉଛି’।ବିଶେଷକରି ସହରମାନଙ୍କରେ ପିଏନ୍‌ଜି ସଂଯୋଗ ପାଇଁ କହିଛନ୍ତି।ଏଲ୍‌ପିଜିକୁ ନେଇ ଟିକେ ସମସ୍ୟା ରହିଛି, କାରଣ ବାହାରୁ ଆସୁଛି। କିନ୍ତୁ ବର୍ତ୍ତମାନ ଆମ ରାଜ୍ୟରେ ଏଲ୍‌ପିଜି, ପେଟ୍ରୋଲ, ଡିଜେଲ ଅଭାବ ନାହି।

ବୈଠକ ପରେ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ନଗର ଅଞ୍ଚଳରେ PNG ସଂଯୋଗ ବୃଦ୍ଧି କିପରି ଶୀଘ୍ର ହୋଇପାରିବ ତାକୁ ନେଇ ଟାର୍ଗେଟ ଦିଆଯାଇଛି । ପ୍ରାଥମିକତା ଭିତ୍ତିରେ ଭୁବନେଶ୍ୱର, କଟକ ଭଳି ସହରରେ ଆମେ PNG ସଂଯୋଗକୁ ବୃଦ୍ଧି କରିବା ଯୋଜନା କରାଯିବ । ଓଡ଼ିଶାର ଅନ୍ୟ ନଗର ମ୍ୟୁନିସିପାଲଟିରେ ମଧ୍ୟ PNG ସଂଯୋଗ ବୃଦ୍ଧି ପାଇଁ ଯୋଜନା କରିବୁ । ଭାରତରେ ୬୦% ପ୍ରତିଶତ PNG ଉତ୍ପାଦନ ହେଉଛି । ଏଥିରେ ଅତି ସହଜରେ ଗ୍ୟାସ୍ ଆସିବ, ଟ୍ରାନ୍ସପୋର୍ଟ ଚାର୍ଜ ନାହିଁ । ଲୋକେ କମ୍ ଅର୍ଥରେ ଏହା ପାଇବେ

Leave A Reply

Your email address will not be published.