ଓଡ଼ିଆ ନ୍ୟୁଜ, ଦିଲ୍ଲୀ : କ୍ରିକେଟ ବିଶ୍ୱକପରେ ଦୁଇ ପଡୋଶୀ ରାଷ୍ଟ୍ର ଭାରତ ଓ ବଂଲାଦେଶ ର ଦଙ୍ଗଲକୁ ନେଇ ବେଶ୍ ଉକôଣ୍ଠା । ବିଶ୍ୱକପରେ ଆଜି ମୁହାମୁହିଁ ହେବେ ଭାରତ ଓ ବାଂଲାଦେଶ । ପୁଣେରେ ଖେଳାଯିବ ଏହି ମ୍ୟାଚ । ଚଳିତ ବିଶ୍ୱକପରେ ଭାରତ ଖେଳିଥିବା ପ୍ରଥମ ୩ଟି ମ୍ୟାଚ ଜିତି ୬ ପଏଂଟ ସବ ଟେବୁଲର ଦ୍ୱିତୀୟ ସ୍ଥାନରେ ଅଛି ।
କ୍ୟାପଟେନ୍ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ. ରାହୁଲ, ଶ୍ରେୟାସ୍ ଆୟଅର ଫର୍ମରେ ଅଛନ୍ତି । ସେହିପରି ଭାରତୀୟ ବୋଲର ଯଶପ୍ରିତ ବୁମରା, ମହମ୍ମଦ ସିରାଜ, କୁଳଦୀପ, ରବୀନ୍ଦ୍ର ଜାଡେଜାଙ୍କର ପ୍ରଦର୍ଶନ ମଧ୍ୟ ଦମଦାର ରହିଛି୍ । ସେପଟେ ବାଂଲାଟିମ୍ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଥିଲେ ମଧ୍ୟ ପରବର୍ତୀ ଦୁଇଟି ମ୍ୟାଚରେ ପରାଜୟ ହୋଇଛି । କ୍ୟାପଟେନ ସାକିବ ଉଲ ହସନ ଗତ ସପ୍ତାହରେ ଆହତ ହୋଇଥିଲେ ମଧ୍ୟ ଆଜି ସେ ଖେଳିବାର ସମ୍ଭାବନା ରହିଛି ।
ୱାନଡେ ବିଶ୍ୱକପ୍ ଟୁଣ୍ଣାମେଂଟରେ ଦୁଇ ଦେଶ ୪ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୩ଥର ଓ ବାଂଲାଦେଶ ଥରେ ବିଜୟ ହୋଇଛି । ସେହିପରି ଆଜି ପର୍ଯ୍ୟନ୍ତ ଦିନିକିଆ କ୍ରିକେଟରେ ଦୁଇ ଦେଶ ମଧ୍ୟରେ ୪୦ଟି ମ୍ୟାଚ ଖେଳାଯାଇ ଥିବା ବେଳେ ଭାରତ ୩୧ଟି ଓ ବାଂଲାଦେଶ ୮ଟି ମ୍ୟାଚରେ ଜିତିଛନ୍ତି । ଆଜିର ମ୍ୟାଚକୁ ଜିତି ଭାରତ ସେମିଫାଇଲାନରେ ନିଜ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ଆଉ ପାଦେ ଆଗକୁ ବଢିବାର ପ୍ରୟାସ କରିବ ।