ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଆମ ଦୁନିଆରେ ଅନେକ ରାସ୍ତା ରହିଛି । ଏହାରି ଭିତରେ କେତେକ ରାସ୍ତା ତାର ଭିନ୍ନ ଭିନ୍ନ ବିଶେଷତ୍ୱ ପାଇଁ ବେଶ୍ ଜଣାଶୁଣା । ସାଧାରଣତଃ ଇଟା,ଗୋଡି, ବାଲି, ସିମେଂଟ ଇତ୍ୟାଦିରେ ତିଆରି ହୋଇଥାଏ ରାସ୍ତା । କିନ୍ତୁ, ଆପଣ କେବେ ମଣିଷର ହାଡରେ ନିର୍ମିତ ରାସ୍ତା ବିଷୟରେ ଶୁଣିଛନ୍ତି କି । ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏହି କାରଣରୁ ଏରାସ୍ତାକୁ “ରୋଡ୍ ଅଫ୍ ବୋନ୍ସ’ ଭାବେ ନାମିତ କରାଯାଇଛି । ଏହି ରାସ୍ତାଟି ଋୁଷର ପୂର୍ବ ଅଂଚଳରେ ଅବସ୍ଥିତ । ଏହା ଏକ ଜାତୀୟରାଜପଥ ।
ଏହି ରାଜପଥର ପ୍ରକୃତ ନାମ “କୋଲିମା’ା ଏହାର ଲମ୍ବ ୨,୦୨୫ କିଲୋମିଟର । ଏହି ରାଜପଥରେ ଗଲେ ପ୍ରାୟତଃ ମଣିଷର ହାଡ ଏବଂ କଙ୍କାଳ ମିଳିଥାଏ । “ରୋଡ୍ ଅଫ୍ ବୋନ୍ସ’ ଭାବରେ ଜଣାଶୁଣା ଏହି ରାଜପଥର କାହାଣୀ ଟିକିଏ ଅଲଗା । ସୋଭିଏତ ୟୁନିଅନର ଏକଛତ୍ରବାଦୀ ଶାସକ ଜୋସେଫ୍ ଷ୍ଟାଲିନଙ୍କ ସମୟରେ ଏହି ରହସ୍ୟମୟ ରାଜପଥ ନିର୍ମାଣ କରାଯାଇଥିଲା । କୁହାଯାଏ କୋଲିମା ରାଜପଥ ନିର୍ମାଣରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଏହି ରାଜପଥର ନିର୍ମାଣ ୧୯୩୦ ମସିହାରେ ଆରମ୍ଭ ହୋଇଥିଲା । ଏହି ରାସ୍ତା ତିଆରି କାମରେ ରାଜା ତାଙ୍କ ବନ୍ଧା ଶ୍ରମିକ ମାନଙ୍କୁ ନିୟୋଜିତ କରିଥିଲେ । ଏହି ରାସ୍ତା କାମରେ ନିୟୋଜିତ ହୋଇଥିବା ଶ୍ରମିକମାନେ ସେହି ରାସ୍ତା ତିଆରି କାମ ସମୟରେ ଅତ୍ୟଧିକ ଥଣ୍ଡା, ଓ ହିଂସ୍ରଜନ୍ତୁଙ୍କ ଶିକାରରେ ଆସି ସେମାନଙ୍କ ମୃତୁ୍ୟବରଣ ହେଉଥିଲା ।
ଯେହେତୁ ରାଜା ସେମାନଙ୍କୁ ରାସ୍ତା କାମ ନସରିବା ଯାଏ ଫେରିବାକୁ ଅନୁମତି ଦେଇ ନଥିଲେ । ସେଥିପାଇଁ ସେମାନଙ୍କ ମଧ୍ୟରୁ ଯିଏ ବି ମୃତୁ୍ୟବରଣ କରୁଥିଲା ତାଙ୍କୁ ସେଠାରେ ହିଁ ଅନ୍ୟ ଶ୍ରମିକ ମାନେ ମାଟି ତଳେ କବର ଦେଇ ଦେଉଥିଲେ । ଯାହାଫଳରେ ମୃତକଙ୍କ ହାଡ,କଙ୍କାଳ ସେଇ ରାସ୍ତା ମାଟିରେ ମିଶି ରହିଛି । ଯେଉଁମାନେ ବି ସେହି ସ୍ଥାନକୁ ଯାଇଛନ୍ତି , ସେଠାରେ ଏବେ ବି ମଣିଷମାନଙ୍କର ହାଡ, କଙ୍କାଳ ପୋତି ହୋଇ ରହିଥିବାର ଦେଖିବାକୁ ପାଉଛନ୍ତି । ଯେଉଁଥିପାଇଁ ଏହା “ରୋଡ୍ ଅଫ୍ ବୋନ୍ସ’ ନାମରେ ବେଶ୍ ପରିଚିତ । ଆଜି ବି ସେଠାକାର ଲୋକଙ୍କ କହିବା ଅନୁସାରେ, ଏବେବି ସେହି ରାସ୍ତା ବହୁତ ଶୂନଶାନ ଏବଂ ଭୟଙ୍କର । ଏବଂ ସେଠାରେ ଆଜିବି ଆତ୍ମା ମାନେ ଘୂରି ବୁଲୁଛନ୍ତି ବୋଲି ଶୁଣିବାକୁ ମିଳୁଛି ।