ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :କଠିନ ପରିଶ୍ରମ କଲେ ଥକା ଲାଗିବା ସ୍ୱଭାବିକ କଥା । କିନ୍ତୁ ଅନେକ ସମୟରେ କେତେକ ଲୋକ କିଛି କାମ ନକଲେ ବି ଥକି ପଡ଼ନ୍ତି । ଯଦି ବି କିଛି ଛୋଟ ମୋଟ କାମ କରନ୍ତି ତେବେ ତାଙ୍କ ସାଙ୍ଗେ ସାଙ୍ଗେ ଥକା ଲାଗେ । ମୁଣ୍ଡବ୍ୟଥା ହେବା ସହିତ ମୁଣ୍ଡ ବୁଲାଇ ଦିଏ । ଶରୀର ଦୁର୍ବଳ ଲାଗେ । ଯଦି ଏପରି ହେଉଥିବ ତେବେ ଜାଣି ରଖନ୍ତୁ ଆପଣଙ୍କ ଶରୀରରେ ଆଇରନ କମ ରହିଛି । ଆଇରନ ଏକ ପ୍ରକାର ଖଣିଜ ପଦାର୍ଥ । ଯାହା ଶରୀରକୁ ମଜବୁତ କରେ । ଆଇରନ କମି କାରଣରୁ ବିଭିନ୍ନ ରୋଗ ହେବାର ସମ୍ଭାବନା ବଢ଼ିଯାଇଥାଏ । ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆଇରନ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଠିକ ଭୋଜନ ନକରିବା କାରଣରୁ ଶରୀରରେ ଆଇରନ କମି ଦେଖାଯାଇଥାଏ ।
ସାଧାରଣତଃ ମହିଳାମାନଙ୍କ ଠାରେ ଆଇରନ କମି ଅଧିକ ଦେଖାଯାଇଥାଏ । କାରଣ ସେମାନେ ତାଙ୍କର ଖାଦ୍ୟପେୟର ଧ୍ୟାନ ଠିକ ଭାବେ ରଖନ୍ତି ନାହିଁ । ମହିଳାଙ୍କ ଋତୁସ୍ରାବ ଓ ଗର୍ଭାବସ୍ଥା ସମୟରେ ଆଇରନ କମି ଅଧିକ ଦେଖାଯାଇଥାଏ । ଆଇରନ ଶରୀରକୁ ମଜବୁତ କରେ । ଆଇରନ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢେ଼ । ତେବେ ଆଇରନ କମିରୁ ବଞ୍ଚôବା ପାଇଁ କିଛି ଖାଦ୍ୟ ସେବନ କରିବା ଉଚିତ । ତେବେ ଜାଣିବା ଆଇରନ କମି ଥିଲେ କେଉଁ ଖାଦ୍ୟ ସେବନ କରିବା ।
– ବିଟ ସେବନ କଲେ ଶରୀରରେ ହିମୋଗ୍ଲୋବିନ ମାତ୍ରା ବଢ଼ିଥାଏ । ଏହାର ପତ୍ରରେ ମଧ୍ୟ ଅଧିକ ମାତ୍ରାରେ ଆଇରନ ମିଳେ । ଆମୋନିଆରେ ବିଟ ସେବନ କଲେ ଲାଭଦାୟକ ହୋଇଥାଏ ।
– ପାଳଙ୍ଗ ଶାଗରେ ଅଧିକ ମାତ୍ରାରେ ଆଇରନ ରହିଥାଏ । ଆଇରନ ହିମୋଗ୍ଲୋବିନ ବଢ଼ାଇବାରେ ସହାୟକ ହୋଇଥାଏ । ପାଳଙ୍ଗରେ କ୍ୟାଲସିୟମ, ସୋଡ଼ିୟମ, କ୍ଲୋରିନ, ଫସଫରସ, ଖଣିଜ ଲବଣ ଓ ପ୍ରୋଟିନ ମିଳେ । ଯାହା ଶରୀର ପାଇଁ ବହୁତ ଜରୁରୀ ।
– ପ୍ରାୟ ଲୋକଙ୍କୁ ଡାଳିମ୍ବ ପସନ୍ଦ ଆସିଥାଏ । ଡାଳିମ୍ବ ରକ୍ତରେ ଆଇରନର କମିକୁ ଦୂର କରିଥାଏ । ଏହା ସହିତ ଏନିମିଆରୁ ଦୂରରେ ରଖିଥାଏ । ଡାଳିମ୍ବ ଜୁସ ସେବନ ସବୁଠାରୁ ଲାଭଦାୟକ ହୋଇଥାଏ ।
– ପିଜୁଳି ଏପରି ଏକ ଫଳ ଯାହା ପାଚନ ପାଇଁ ଲାଭଦାୟକ । ବିଶେଷ କରି ମହିଳାଙ୍କ ପାଇଁ ପିଜୁଳି ଲାଭଦାୟକ ହୋଇଥାଏ । ଏହାଦ୍ୱାର ରକ୍ତ କମି ମଧ୍ୟ ପୁରା ହୋଇଥାଏ ।
– ଡ୍ରାଏଫୁଡରେ ଭରପୁର ମାତ୍ରାରେ ଆଇରନ ମିଳେ । ଏହା ରେଡ ବ୍ଲଡ ସେଲ ତିଆରି କରିବାରେ ସହାୟକ ହୋଇଥାଏ । ତେବେ ଆଇରନ କମିରେ ଚିନାବାଦାମ ସେବନ ସବୁଠାରୁ ଭଲ ହୋଇଥାଏ ।