ଓଡ଼ିଶା ହେବ ଆଇଟି ହବ । ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ଓଡ଼ିଶା ହେବ ଆଇଟି ହବ । ଏନେଇ ସୂଚନା ଦେଇଛନ୍ତି ଅଶ୍ବିନ ବୈଷ୍ଣବ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ନେଇ କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ଦୁଇ ତିନ ମାସ ଭିତରେ ଏହି ପଦକ୍ଷେପ ନିଆଯିବ । ସେମିକଣ୍ଡକ୍ଟର, ଏଆଇ କ୍ଷେତ୍ର ପାଇଁ ଯୁବକ ଏବଂ ଯୁବତୀଙ୍କୁ ପାରଙ୍ଗମ କରାଯିବ।
ଓଡ଼ିଶାରେ ରେଳବାଇ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ଗୋଟି ଗୋଟି କରି ପ୍ରକଳ୍ପ ଗୁଡ଼ିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ବିଜେପି ସରକାର ଆସିବା ପରେ 1 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଥିଲା । ସେଥିରୁ କେତେ ଗୁଡିଏ ପ୍ରକଳ୍ପ କାମ ଆରମ୍ଭ ହୋଇଛି ।
ଆଉ କିଛି ନୂଆ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଖୁବଶୀଘ୍ର ସେଗୁଡ଼ିକର ଡିପିଆର ପ୍ରସ୍ତୁତ କରାଯିବ । ଏଥିସହିତ ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଚାଲିବ ସ୍ବତନ୍ତ୍ର ଟ୍ରେନ, ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।