ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ବାତିଲ ହୋଇଛି । ରୁଷର ଭିକ୍ଟ୍ରିଡେ’ ପରେଡରେ ରାଷ୍ଟ୍ରପତି ପୁଟିନଙ୍କ ସହ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତେ । କିନ୍ତୁ ଏବେ ତାଙ୍କର ଏହି କାର୍ଯ୍ୟକ୍ରମ ବାତିଲ ହୋଇଛି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହ ଜାରି ଉତ୍ତେଜନା ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।
ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମିଲନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ମେ ୯ ତାରିଖରେ ମସ୍କୋରେ ଭିକ୍ଟ୍ରି ଡେ’ ପରେଡରେ ସାମିଲ ହୋଇଥାନ୍ତେ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ସାହ ଥିଲା, କିନ୍ତୁ ଏହାର କିଛି ଦିନ ପୂର୍ବରୁ ଏହାକୁ ସ୍ଥଗିତ କରାଯାଇଥିବା ଖବର ଆସିଛି ।