ଓଡ଼ିଆ ନ୍ୟୁଜ୍: ଆଜି ପାଇଁ ପୂରା ରାଜ୍ୟକୁ କାଳବୈଶାଖୀ ବର୍ଷା ନେଇ ଚେତାବନୀ । ୭ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ। ଏବେ କାଳବୈଶାଖୀ ବର୍ଷା ତାଣ୍ଡବ ରଚୁଥିବା ବେଳେ ୪ ତାରିଖ ପରେ ତାତି ବଢିବ । ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ଗରମ ବଢ଼ିବନି।
କାଳବୈଶାଖୀ ଓ ଟ୍ରପଲାଇନ୍ର ପ୍ରଭାବ ଯୋଗୁ ଅଧିକ ଗରମ ଅନୁଭୂତ ହେବନାହିଁ। ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ଅଛି ।