ଓଡ଼ିଆ ନ୍ୟୁଜ୍: ବିହାର ବିଧାନସଭାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ତେବେ ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଭୋଟ୍ ଦେବାକୁ ସକାଳୁ ବିଭିନ୍ନ ବୁଥରେ ଲମ୍ବା ଲାଇନ୍ ଲାଗିଛି ।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୨ଟି ନିର୍ବାଚନମଣ୍ଡଳୀରେ ମତଦାନ ହେଉଛି । ଏଥିରେ ୧୩୦୨ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ୩ କୋଟିରୁ ଅଧିକ ଭୋଟର ମତଦାନ ସାବ୍ୟସ୍ତ କରିବେ । ତେବେ ବିହାର ବ୍ୟତୀତ ୬ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୮ ବିଧାନସଭା ପାଇଁ ମଧ୍ୟ ଭୋଟ୍ ମତଦାନ କରୁଛନ୍ତି ।