ଲଗାତାର ତିନିଟି ଫିଲ୍ମ ଫ୍ଲପ୍ ହେବା ପରେ ରଣବୀରଙ୍କୁ ନେବାକୁ ଚାହୁଁନାହାନ୍ତି ପ୍ରଡ୍ୟୁସର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ କ୍ୟାରିୟରକୁ ନେଇ ଦେଖାଦେଇଛି ସନ୍ଦିହାନ ।  ‘ବାଜିରାଓ ମସ୍ତାନୀ’, ‘ପଦ୍ମାବତ’, ‘ଗଲି ବଏ’ ଏବଂ ‘ଗୋଲିୟୋଁ କି ରାସଲିଲା: ରାମଲିଲା’ ଭଳି ଜବରଦସ୍ତ ତଥା ସୁପରହିଟ୍ ହୋଇଥିବା ବେଳେ ବାକି କିଛି ଫିଲ୍ମ ବକ୍ସ ଅଫିସରେ ସେଭଳି କୌଣସି କମାଲ କରି ନାହିଁ। କରୋନୋ ମହାମାରୀ ପରେ ରଣବୀର ସିଂହଙ୍କ ଯେତେ ବି ଚଳଚ୍ଚିତ୍ର ରିଲିଜ୍ ହୋଇଛି ସେସବୁ ବକ୍ସ ଅଫିସରେ ବିଶେଷ କିଛି କରିପାରିନି। କରୋନା ପରେ, ପ୍ରଥମେ ୨୦୨୧ ମସିହାରେ ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ବାୟୋପିକ୍ ‘୮୩’ ରିଲିଜ୍ ହୋଇଥିଲା ଏବଂ ପରେ ୨୦୨୨ରେ ‘ଜୟେଶଭାଇ ଜୋରଦାର’। ଏ ସବୁ ଫିଲ୍ମ ବକ୍ସ ଅଫିସରେ ୧୬ କୋଟିରୁ କମ୍ ଟଙ୍କା ରୋଜଗାର କରିଥିଲା। ସେହିପରି ‘ସର୍କସ’ ମଧ୍ୟ ବକ୍ସ ଅଫିସରେ ୩୫.୬୫ କୋଟି ଟଙ୍କାର ବ୍ୟବସାୟ କରିଥିଲା, ଯାହା ଦର୍ଶକଙ୍କଠାରୁ ସେମିତି କୌଣସି ବିଶେଷ ପ୍ରଶଂସା ପାଇ ନଥିଲା। ରଣବୀର ସିଂହଙ୍କ ତିନୋଟି ବ୍ୟାକ୍-ଟୁ-ବ୍ୟାକ୍ ଫ୍ଲପ୍ ଫିଲ୍ମ ପରେ ବର୍ତ୍ତମାନ ଏଭଳି ଖବର ସାମ୍ନାକୁ ଆସିଛି ଯାହା ଅଭିନେତାଙ୍କ ପ୍ରଶଂସକଙ୍କୁ ନିରାଶ କରିପାରେ।

 କୁହାଯାଉଛି,  YRFରେ ଆଦିତ୍ୟ ଚୋପ୍ରା ଓ ତାଙ୍କ ଟିମ୍ ‘ସ୍ପାଇ ୟୁନିଭର୍ସ’ରେ ‘ବିପୁଳ ପରିମାଣର ପୁଞ୍ଜି ବିନିଯୋଗ କରିଛନ୍ତି’। ତେଣୁ ସେମାନେ କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି। ବିଶେଷକରି ଶାହରୁଖ ଖାନଙ୍କ ‘ପଠାନ’ର ସଫଳତା ପରେ ବର୍ତ୍ତମାନ YRF କୌଣସି ପ୍ରକାର ଭୁଲ କରିବାକୁ ଚାହୁଁ ନାହିଁ। YRF ସହିତ ଜଡିତ ଏକ ସୂତ୍ର କହିଛି ଯେ, ବହୁତ କିଛି ଦାବିରେ ଲାଗିଛି କାରଣ ସବୁ ଫିଲ୍ମ ପାଇଁ ବିପୁଳ ବଜେଟ୍ ହେବାକୁ ଯାଉଛି ଏବଂ ସେଥିପାଇଁ କିଛି ବି ଭୁଲ ହେବ ନାହିଁ।’ ତେଣୁ ରଣବୀର ସିଂହଙ୍କ ସହ କୌଣସି ଚଳଚ୍ଚିତ୍ରରେ ଦସ୍ତଖତ ନ କରିବାକୁ YRF ନିଷ୍ପତ୍ତି ନେଇଛି। ରଣବୀର YRF ସହିତ କରିଥିବା ୬ଟି ଚଳଚ୍ଚିତ୍ର ମଧ୍ୟରୁ କେବଳ ଗୋଟିଏ ଫ୍ଲପ୍ ହୋଇଥିଲା। ତାହା ହେଲା ୨୦୧୪ରେ ହୋଇଥିବା “ଗୁଣ୍ଡେ”।

୨୦୨୧ରେ ରଣବୀରଙ୍କ ଅଭିନୀତ ଫିଲ୍ମ ‘୮୩’ ଏବଂ ୨୦୨୨ରେ ରଣବୀରଙ୍କ ଅଭିନୀତ ଫିଲ୍ମ ‘ଜୟଶଭାଇ ଜୋରଦାର’ ରିଲିଜ୍ ହୋଇଥିଲେ ବି ଏହା ବକ୍ସ ଅଫିସରେ ଫ୍ଲପ ହୋଇଥିଲା। ଏହି ୨ଟି ଫିଲ୍ମ ବକ୍ସ ଅଫିସରେ ମାତ୍ର ୧୬କୋଟି ଆୟ କରିଥିବା ବେଳେ ଫିଲ୍ମ ‘ସର୍କସ’ ମାତ୍ର ୩୫କୋଟି ଆୟ କରିଥିଲା। ଲଗାତାର ୩ଟି ଫିଲ୍ମ ଫ୍ଲପ ହେବା ପରେ ଏବେ ୟଶ ରାଜ ଫିଲ୍ମ୍ସ ରଣବୀରଙ୍କୁ କୌଣସି ଫିଲ୍ମରେ କାଷ୍ଟ କରିବାକୁ ଚାହୁଁନାହିଁ। ରଣବୀର ୟଶ ରାଜ ଫିଲ୍ମ୍ସର ୬ଟି ଫିଲ୍ମରେ କାମ କରିଥିବା ବେଳେ ସେଥିରୁ କେବଳ ‌ଗୋଟିଏ ଫିଲ୍ମ ହିଟ୍ ହୋଇଥିଲା ଏବଂ ତାହା ଥିଲା ‘ଗୁଣ୍ଡେ’। ଏହା ୨୦୧୪ରେ ରିଲିଜ୍ ହୋଇଥିଲା।  ତେବେ ଓଟିଟି ଏବଂ ସାଟେଲାଇଟ୍ ରାଇଟ୍ସରୁ ଫିଲ୍ମଟି ଭଲ ଆୟ କରିଥିଲେ ବି ବକ୍ସ ଅଫିସରେ ଭଲ ଆୟ କରିପାରିନଥିଲା। ୟଶ ରାଜ ଫିଲ୍ମ୍ସ ଅଧିନରେ ରଣବୀର କରିଥିବା ଫିଲ୍ମଗୁଡିକ ହେଲା, ‘ବ୍ୟାଣ୍ଡ ବାଜା ବାରାତ୍’, ‘ଗୁଣ୍ଡେ’, ‘କିଲ୍ ଦିଲ୍’, ‘ଜୟଶଭାଇ ଜୋରଦାର’, ‘ଲେଡିଜ୍ ଭର୍ସେସ ରିକି ବହଲ’ ଏବଂ ‘ବେଫିକ୍ରେ’।

Leave A Reply

Your email address will not be published.