ପୁରା ହେବାକୁ ଯାଉଛି କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ, ଖୁବ ଶୀଘ୍ର ସରକାରୀ ମେଡିକାଲ କଲେଜରେ ୧୦୦ଜଣ ଛାତ୍ରଛାତ୍ରୀ ଏମବିବିଏସ ପାଠ ପଢିବେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କଳାହାଣ୍ଡି ବାସୀ ଙ୍କ ଦୀର୍ଘ ଦିନ ର ସ୍ୱପ୍ନ ଏବେ ବାସ୍ତବ ରେ ପରିଣତ ହେବାକୁ ଯାଉଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟ ଭଙ୍ଗାବାରି ଠାରେ ର୍ନିମାଣଧୀନ ସରକାରୀ କଳାହାଣ୍ଡି ମେଡିକାଲ କଲେଜ ରେ 100 ଜଣ ଛାତ୍ର ଛାତ୍ରୀ ଚଳିତ ଶିକ୍ଷା ବର୍ଷ 2023-24 ରେ ପାଠ ପଢ଼ା ଆରମ୍ଭ ହେବ ବୋଲି N M C ଅନୁମତି ଦେଇଛନ୍ତି । ଚଳିତ ବର୍ଷ ରୁ ଛାତ୍ର ଛାତ୍ରୀ ପାଠ ପଢିବେ ଏଥି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଁଚି ଯାଇଛି । ବିଭିନ୍ନ ବିଭାଗ ରେ ଶିକ୍ଷା ଦାନ କରି ବାକୁ ଥିବା ଡାକ୍ତର ପଦବୀ ମାନ ଙ୍କ ରେ ଡାକ୍ତର ନିଯୁକ୍ତି ମଧ୍ୟ ହୋଇ ସାରିଛି । ଚଳିତ ଶିକ୍ଷା ବର୍ଷ ରେ 100 ଜଣ ଛାତ୍ର ଛାତ୍ରୀ ଆଡ଼ମିଶନ କରି ବେ ଏବଂ ପାଠ ପଠା ବହୁଶୀଘ୍ର ଆରମ୍ଭ ହେବ ଏହାକୁ ନେଇ କଳାହାଣ୍ଡି ବାସୀ ବେଶ ଖୁସି । ଗତ 2005 ସସିହାରୁ କଳାହାଣ୍ଡି ବାସୀ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ସରକାର ଙ୍କ ଠାରେ ଦାବି ଜଣାଇଆସୁଥିଲେ ଫଳସ୍‌ୱରୂପ ରାଜ୍ଯସରକାର 20013 ମସିହା ରେ ଜୁନାଗଡ଼ ଜରିଂ ଠାରେ ସର୍ଦାରରାଜା ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲା । ହେଲେ ଭିତ୍ତିଭୂମିର ଆଭା ଯୋଗୁ ଜାରିଂ ମେଡିକାଲ କଲେଜ ବନ୍ଦ ହୋଇଗଲା କଳାହାଣ୍ଡିବାସି ବହୁ ଆଶା ରଖିଥିଲେ ଉତ୍ତମ ସ୍ବାସ୍ଥ୍ବ ସେବା ପାଇବେ ବୋଲି ହେଲେ ଜାରିଂ ମେଡିକାଲ କଲେଜ ବନ୍ଦ ହେବା ପରେ ଲୋକେ ନିରାଶ ହୋଇ ପଡ଼ିଥିଲେ ।

ଗତ 20016 ମସିହ। ରେ ଥୁଆମୂଳ ରାମପୁର ବ୍ଲକ ମେଲଘରର ଦାନ ମାଝି ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେବା ଘଟଣା ପରେ ସେହି ବର୍ଷ ହିଁ କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ମେଡିକାଲ କଲେଜ ସ୍ଥାପନା ପାଇଁ ଘୋଷଣା କଲେ ରାଜ୍ଯସରକାର । ଏହାପରେ ରାଜ୍ଯସରକର ଙ୍କ ପ୍ରୟାସ ରେ କଳାହାଣ୍ଡି ଭବାନୀପାଟଣା ନିକଟ ଭଙ୍ଗାବାରି ଠାର ନୂତନ ଭାବରେ କଳାହାଣ୍ଡି ସରକାରୀ ମେଡ଼ିକାଲ କଲେଜ ସ୍ଥାପନ ଶିଳାନ୍ଯାସ କଲେ ରାଜ୍ଯସରକାର । ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଲା କାମ ଏବେ ର୍ନିମାଣ କାମ ପ୍ରାୟ ଶେଷ ପର୍ଯ୍ଯାୟରେ । ଚଳିତ ଶିକ୍ଷା ବର୍ଷ ରେ ଛତ୍ର ଛାତ୍ରୀ ଡାକ୍ତରୀ ପାଠ ପଢିବେ । ଲୋକେ , ଆଉ ଦୂର ଦୁରନ୍ତ କୁ ଯାଇ ଯେଉଁ ସବୁ ଆସୁିଧା ର ସମୁଖୀନ ହେଉଥିଲେ ଏବେ ତାହା ଦୂର ହେବ । ଏବେ ଭଙ୍ଗାବାରି ଠାରେ ବହୁ ଶୀଘ୍ର ସୁପର ସ୍ପେସାଲିଟି ହସ୍ପିଟାଲ ମଧ୍ୟ୍ଯ ଚାଲୁ ହେବ ବୋଲି ଆଶା ରଖାଯାଇ ଥିବା ବେଳେ ଏହାକୁ ନେଇ ଲୋକେ ବହୁ ଖୁସି ପ୍ରକାଶ କରିଛନ୍ତି, ଏବଂ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି। କଳାହାଣ୍ଡି ବାସୀ ।

Leave A Reply

Your email address will not be published.