ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦୦ ବସ୍

0

ଓଡ଼ିଆ ନ୍ୟୁଜ୍: ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା ।  ନିୟୋଜିତ ହେବେ ୧୦୦୦ ବସ। ହେଲେ ବଢ଼ିବ ନାହିଁ ବସ୍ ଭଡ଼ା। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ପଷ୍ଟ କରିଛି । ଏଥିସହିତ ପୁରୀକୁ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ବସରେ ପାନୀୟ ଜଳ ଯୋଗାଇ ଦିଆଯିବ ।

ବସରେ ଫାଷ୍ଟଏଡ୍ କିଟର ବ୍ୟବସ୍ଥା ରଖିବାକୁ ରାଜ୍ୟ ପରିବହନ ଆୟୁକ୍ତ ଆଜି ଏକ ସ୍ବତନ୍ତ୍ର ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା କରିଛି । ବସରେ କ୍ଷମତାଠାରୁ ଅଧିକ ଯାତ୍ରୀ ନନେବାକୁ ତାଗିଦ କରାଯାଇଛି ।ଏହା ଉପରେ ନଜର ରଖିବା ପାଇଁ ରାଜ୍ୟ ପରିବହନ ଆୟୋଗ ୩୦ ଟି ସ୍କ୍ୱାଡ ଗଠନ କରିଛି । ଏଥି ସହିତ ବିଭିନ୍ନ ଜାଗାରେ ସିସିଟିଭି କ୍ୟାମେରା ଲାଗିବ ।

Leave A Reply

Your email address will not be published.