ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

0

ଓଡ଼ିଆ ନ୍ୟୁଜ୍: ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। କଟକସ୍ଥିତ ବିଏସ୍‌ଇ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ରେଜଲ୍ଟ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତବର୍ଷ ପାସ୍‌ ହାର ରହିଛି ୯୪.୯୩%। ସବୁଥର ପରି ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍‌ ହାର ଅଧିକ ରହିଛି।

 

ଚଳିତବର୍ଷ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ୧୭ ହଜାର ୩୮୪ ଜଣ ଛାତ୍ରୀଛାତ୍ର ଫେଲ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୪୦ ହଜାର ୨୫୧ ଛାତ୍ର କୃତକାର୍ଯ୍ୟ ହୋଇଥିବା ବେଳେ ୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

 

ଚଳିତ ଥର A1 ଗ୍ରେଡ୍‌ରେ ୧୮୧୨ ଜଣ ରହିଥିବା ବେଳେ A2 ରେ ୧୨ ହଜାର ୨୦୦, B1ରେ ୩୮ ହଜାର ୮୩୧, B2ରେ ୮୪ ହଜାର ୯୭୧, Cରେ ୧ ଲକ୍ଷ ୩୩ ହଜାର ୮୨୨, Dରେ ୧ ଲକ୍ଷ ୪୬ ହଜାର ୧୫୪ ଓ E ଗ୍ରେଡ୍‌ରେ ୬୭ ହଜାର ୧୩ ଜଣ ପାସ କରିଛନ୍ତି । ଗଜପତିରେ ସର୍ବାଧିକ ଛାତ୍ରୀଛାତ୍ର ପାସ୍‌ କରିଥିବାବେଳେ କୋରାପୁଟରେ ସର୍ବନିମ୍ନ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ଗଜପତି ଜିଲାରେ ପାସ୍‌ହାର ୯୯.୩୫% ହୋଇଥିବାବେଳେ କୋରାପୁଟରେ ପାସ୍‌ହାର ସର୍ବନିମ୍ନ ୯୨.୮୩% ରହିଥିବା ମନ୍ତ୍ରୀ କହିଛନ୍ତି।

ସନ୍ଧ୍ୟା ୬ଟା ପରେ ଛୀତ୍ରୀଛାତ୍ର ବୋର୍ଡର ଅଫିସିଆଲ ଓ୍ବେବ୍‌ସାଇଟ www.bseodisha.ac.in ଏବଂ www.orissaresults.nic.inରେ ସେମାନଙ୍କର ଫଳାଫଳ ଦେଖିପାରିବେ।

Leave A Reply

Your email address will not be published.