୧୨ ନୂଆ NAC ପାଇଁ ଡ୍ରାଫ୍ଟ ନୋଟିସ

0

ଓଡ଼ିଆ ନ୍ୟୁଜ୍:ରାଜ୍ୟ ସରକାର ଏନ୍‌ଏସି ସଂଖ୍ୟା ବୃଦ୍ଧି କରିବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି। ଏଥି ପାଇଁ ୧୨ଟି ନୂଆ ଏନ୍‌ଏସି ପାଇଁ ଡ୍ରାଫ୍ଟ ନୋଟିସ୍‌ ଜାରି କରିଛନ୍ତି। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ନୋଟିସରେ ଅନୁଗୁଳଜିଲ୍ଲା ପାଳଲହଡ଼ା, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର, ବାଲେଶ୍ବର ଜିଲ୍ଲା ବସ୍ତା, ମୟୂରଭଂଜ ଜିଲ୍ଲା ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡ଼ା, ରାୟଗଡ଼ା ଜିଲ୍ଲା ବିଶମକଟକ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଓ ବାମରା, ଭଦ୍ରକ ଜିଲ୍ଲା ତିହିଡ଼ି ଓ ଧୁଷୁରୀ, ବାଲେଶ୍ବର ଜିଲ୍ଲା ସିମୁଳିଆ ସାମିଲ ରହିଛି।

ରାଜ୍ୟ ସରକାର ରାଜ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ ପାଇଛି। ସରକାର ସମ୍ବଲପୁର, ଅନୁଗୁଳ, ବାଲେଶ୍ବର, ମୟୂରଭଂଜ, ରାୟଗଡ଼ା, ସୁବର୍ଣ୍ଣପୁର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏନଏସି ଗଠନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.