ପେସାଦାର ଗଞ୍ଜେଇ ବେପାରୀକୁ ଧରିବାରେ ସଫଳ ହେଲା ଭୁବନେଶ୍ବର ଭରତପୁର ପୋଲିସ, ବରମୁଣ୍ଡାରେ ଅପେକ୍ଷା କରିଥିବା ବେଳେ ମାଡିବସିଲା ଟିମ୍
ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ଭରତପୁର ଥାନା ପୁଲିସ ଚୋରା ଗଞ୍ଜେଇ ବିକ୍ରି ମାମଲା ରୁଜୁ କରି ତଦନ୍ତ କରିବା ସହ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି କେସର ଅଧିକ ତଦନ୍ତ ଚାଲୁ ରହିଛି।
ସୂଚନାଯୋଗ୍ୟ ଯେ, ବରମୁଣ୍ଡା ବସ ଷ୍ଟାଣ୍ଡ ଠାରେ ଥିବା ଏକ ଭଙ୍ଗା ଯାତ୍ରୀ ବିଶ୍ରାମାଗାରରେ ୨ଜଣ ସନ୍ଦିଗ୍ଧ ବ୍ୟକ୍ତି ଗଞ୍ଜେଇ ଭର୍ତ୍ତି ବ୍ୟାଗ ସହ ଗ୍ରାହକଙ୍କୁ ଅପେକ୍ଷା କରିଥିବା ଭରତପୁର ଥାନା ପୁଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ । ଏହି ସୂଚନା ଆଧାରରେ ଭରତପୁର ଥାନା ପୁଲିସ ଉକ୍ତ ସ୍ଥାନରେ ଚଢାଉ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ସମୁଦାୟ ୧୨କେଜି ୫୦୦ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛନ୍ତି । ପଚରା ଉଚରା ସମୟରେ ସେମାନେ ବହୁ ପୂର୍ବରୁ ଏପରି କରି ଆସୁଥିବା କଥା ସ୍ଵୀକାର କରିଛନ୍ତି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।