ଭୁବନେଶ୍ୱର : ମାର୍କେଟ ବିଲ୍ଡିଂ କେଶରୀ ମଲରେ ଭୟାବହ ଅଗ୍ନିକାଣ୍ଡ, ନିଆଁର ଆଁରେ ୭ ଦୋକାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟ କେଶରୀ ମଲରେ ଭୟାବହ ଅଗ୍ନିକାଣ୍ଡ। ଲକ୍ଷାଧିକ ଟଙ୍କାର କପଡା ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଛି।ମାର୍କେଟ ଵିଲ୍ଡିଂ କେଶରୀ ମଲରେ ଗତ କାଲି ରାତିରେ ପ୍ରାୟ ସାଢ଼େ ୧୦.୪୦ ପରେ ଅଗ୍ନିକାଣ୍ଡ ଘାଟିଥିଲା । ସେତେବଳେ ମଲ ଭିତରେ ଗ୍ରାହକ, ଦୋକାନ ମାଲିକ ଓ କର୍ମଚାରୀ କେହି ନଥିଲେ। କେଶରୀ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ତେଣୁ ଅଗ୍ନିକାଣ୍ଡରେ ଧନହାନୀ ହୋଇଥିଲେ ହେଁ ଏହି ଅଘଟଣରେ ପ୍ରାୟ କାହାର ଜୀବନହାନି ହୋଇନାହିଁ।

ଘଟଣା ସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିପାରିଥିଲେ। ଆଜି ସକାଳୁ ମଲର ବ୍ୟବସାୟୀ ,କର୍ମଚାରୀ ମାନେ ପହଁଚିଛନ୍ତି । ବହୁ ଜିନିଷ ଆସବାବପତ୍ର କ୍ଷତି ହୋଇଛି ପାଣି ମଧ୍ୟ ମଲ ଭିତରେ ପଶିକି ରହିଛି । ଅନୁମାନ କରାଯାଉଛି କି ସର୍ଟ ସର୍କିଟ ଯୋଗୁଁ ଏହି ଅଘଟଣ ଘଟିଛି।

୬ରୁ ୭ଟି ଦୋକାନ ନିଆଁ ଲାଗିଛି। କିନ୍ତୁ ଗୋଟିଏ ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି। ତେବେ ମଲ୍‍ରେ ଥିବା ଏକ ଲୁଗା ଦୋକାନରୁ ସର୍ଟସର୍କିଟ୍‍ରୁ ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାସ୍ଥଳରେ କଳ୍ପନା ଓ ସଚିବାଳୟର ଅଗ୍ନିଶମ ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚିର ୬ଟି ଟିମ୍‍ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ମଲ୍‍ର ପ୍ରଥମ ମହଲାରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟଲୋକେ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ। ମଲ୍‍ରେ ଥିବା ଅଜୟ ଗାର୍ମେଣ୍ଟସ୍‍ରେ ନିଆଁ ଲାଗି ହୁତୁହୁତି ହୋଇ ଜଳୁଥିଲା। ଖବର ପାଇବାର ୧୦ମିନିଟ୍‍ ଭିତରେ କଳ୍ପନା ଓ ସଚିବାଳୟର ଦୁଇଟି ଅଗ୍ନିଶମ ଟିମ୍‍ ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ପ୍ରୟାସ କରିଥିଲା। କିନ୍ତୁ ପ୍ରବଳ ଧୂଆଁ ରହିଥିବାରୁ ଭିତରକୁ ପଶିବା ସମ୍ଭବ ହୋଇନଥିଲା। ତେଣୁ ଅଗ୍ନିଶମ ବାହିନୀ ନାକରେ ଅକ୍ସିଜେନ୍‍ ଲଗାଇ ଭିତରକୁ ପ୍ରବେଶ କରି ନିଆଁକୁ ଆୟତ୍ତ କରିଥିଲା।

ହେଲେ ଧୂଆଁ ବାହାରିବା ବନ୍ଦ ହୋଇନଥିଲା। ପ୍ରାୟ ୨ ଘଣ୍ଟା ଧୂଆଁମୟ ହୋଇଯାଇଥିଲା ପୂରା ମଲ୍‍। ତେଣୁ ମଲ୍‍ର ସିଲିଂକୁ ଭଙ୍ଗାଯାଇଥିଲା। କାରଣ ସିଲିଂରୁ ନିଆଁ ଲାଗିବାର ପୁଣି ଆଶଙ୍କା ରହିଛି। ତେଣୁ ଅଗ୍ନିଶମ ବାହିନୀ ପହଞ୍ଚି ମଲ୍‍ର କାଚଭାଙ୍ଗି ଧୁଆଁକୁ ବାହାର କରିବା ଲାଗି ପ୍ରୟାସ କରାଯାଉଛି।

 

Leave A Reply

Your email address will not be published.