ମୋ ସ୍କୁଲ ଅଭିଯାନlର ସଫଳ ରୂପାୟନ, ଭୁବନେଶ୍ୱର କ୍ୟାପିଟାଲ ସରକାରୀ ହାଇସ୍କୁଲ ଶ୍ରେଷ୍ଠ ବିବେଚିତ ପିଲାଙ୍କୁ ମିଳିଲା ବୃତ୍ତି
ଓଡିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ସରକାରୀ ହାଇସ୍କୁଲ ୟୁନିଟ୍ -୨ ରେ ୨୦୨୦ ଓ ୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ବିବେଚିତ ପିଲାଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରାଯାଇଛି । ସରକାରୀ ସ୍କୁଲରେ ପୂର୍ବରୁ ଏ ପ୍ରକାର ବ୍ୟବସ୍ଥା ନଥିଲା । ମୋ ସ୍କୁଲ ଅଭିଯାନ ପ୍ରଚଳିତ ହେବା ପରେ, ୧୯୭୪ ମସିହାରୁ ଦୁଇ ନମ୍ବର ବାଳିକା ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିବା ପ୍ରଫେସର ଡ. ଅର୍ଚ୍ଚିତା ପଟ୍ଟନାୟକ ଯିଏକି ଆଇଆଇଟି ମାଡ୍ରାସରେ ଅଧ୍ୟାପନା ଦାୟୀତ୍ୱରେ ଅଛନ୍ତି । ସେ ଚାହିଁଥିଲେ ସ୍କୁଲର ଷଷ୍ଠ ଓ ନବମ ଶ୍ରେଣୀରେ ଶ୍ରେଷ୍ଠ ବିବେଚିତ ଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ କରିବେ । ସେଥିପାଇଁ ସେ ମୋ ସ୍କୁଲ ଅଭିଯାନ ଜରିଆରେ କିଛି ଟଙ୍କା କ୍ୟାପିଟାଲ ସରକାରୀ ହାଇସ୍କୁଲ ୟୁନିଟ୍ -୨ରେ ଫିକ୍ସ୍ ଡିପୋଜିଟ୍ କରିଥିଲେ । ସେଥିରୁ ମିଳୁଥିବା ବାର୍ଷିକ ସୁଧକୁ ଷଷ୍ଠ ଶ୍ରେଣୀରେ ପ୍ରଥମ ହୋଇଥିବା ଛାତ୍ର ବା ଛାତ୍ରୀ ଓ ନବମ ସ୍କୁଲରେ ଶ୍ରେଣୀରେ ପ୍ରଥମ ହୋଇଥିବା ଛାତ୍ର ବା ଛାତ୍ରୀଙ୍କୁ ପ୍ରଦାନ କରିବା ବ୍ୟବସ୍ଥା ପ୍ରଚଳନ କରିଥିଲେ ।
ସରକାରଙ୍କ ସ୍ୱୀକୃତି ପରେ ପ୍ରତ୍ୟେକ ବର୍ଷ ତାଙ୍କ ଦ୍ୱାରା ପ୍ରଦତ୍ତ ଟଙ୍କାରୁ ମିଳୁଥିବା ସୁଧକୁ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟନ କରାଯାଉଛି । ୨୦୨୦ ଓ ୨୦୨୧ ବର୍ଷ ପାଇଁ ଦୁଇ ବର୍ଷର ବୃତ୍ତି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନମିତା ପଟ୍ଟନାୟକ ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରିଥିଲେ । ଏଇ ବୃତ୍ତି ବଣ୍ଟନ କରିବା ପାଇଁ ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ଡେପୁଟି ଡାଇରେକ୍ଟର ଶ୍ରୀମତୀ ସସ୍ମିତା ମାଳି ଯୋଗ ଦେଇଥିବାବେଳେ ସ୍କୁଲର ଆଲୁମୁନି ପ୍ରେସିଡେଣ୍ଟ୍ଣ୍ଟ ଶ୍ରୀ ଅନୀଲ ପ୍ରସାଦ ମିଶ୍ର, ସଂପାଦକ ସୁଶ୍ରୀ ସୁଚିତ୍ରା ସାମଲ ଉପସ୍ଥିତ ରହି ୨୦୨୦ ପାଇଁ ସୋନାଲି ବେହେରା ସପ୍ତମ ଶ୍ରେଣୀ, ହେମଲତା ଡିଗି ଦଶମ ଶ୍ରେଣୀ, ସେହିପରି ୨୦୨୧ ପାଇଁ ଶୁଭଶ୍ରୀ ସେଠି ଷଷ୍ଠ ଶ୍ରେଣୀ, ପ୍ରିୟଙ୍କା ବେହେରା ନବମ ଶ୍ରେଣୀ, ସମସ୍ତଙ୍କୁ ପନ୍ଦର ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଡେପୁଟି ଡାଇରେକ୍ଟର ସସ୍ମିତା ମାଳି ପିଲାମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଭିତରେ ପ୍ରତିଯୋଗୀତା ମନୋଭାବ ରଖି ଆଗକୁ ଆଗେଇବା ମନବୃତ୍ତି ରଖନ୍ତୁ, ତାହାହେଲେ ଜୀବନର ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ପାରିବ । ବୃତ୍ତି ବଣ୍ଟନ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟତ୍ରୀ ନମିତା ପଟ୍ଟନାୟକ ପରିଚାଳନା କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।