୨ ଛାତ୍ର ମୃତ୍ୟୁ; ଏନ୍‌ଏଚ୍ ୩୨୬ ଅବରୋଧ

0

ଓଡ଼ିଆ ନ୍ୟୁଜ୍: ବସ୍ ଧକ୍କାରେ ୨ କଲେଜ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା। କ୍ଷତିପୂରଣ ଦାବିରେ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ବିକ୍ଷୋଭ। ଜାତୀୟ ରାଜପଥ ୩୨୬ ଅବରୋଧ, ଗାଡ଼ି ଚଳାଚଳ ପ୍ରଭାବିତ।ପରୀକ୍ଷା ଦେବାକୁ ଯିବା ବେଳେ ପାଲୁପାଇ ନିକଟରେ ବସ୍ ଧକ୍କାରେ ମୃତ। ସେମାନେ ରାଜରାସ୍ତାରେ ଶ୍ଲୋଗାନ ଦେଇ କ୍ଷତିପୂରର ଦାବି କରିଛନ୍ତି। ରାସ୍ତା ଅବରୋଧ ହେବା ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି।

ରାସ୍ତାରୋକ ନେଇ ରାମନାଗୁଡ଼ା ବିଡିଓ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ନ ପାଣିଗ୍ରାହୀ, ଗୁଣପୁଣ ଏସ୍‌ଡିପିଓ ବାବୁଲି ନାୟକ, ରାମନାଗୁଡ଼ା ଆଇଆଇସି ସୁନୀତା ବେହେରା ପ୍ରମୁଖ ଉପସ୍ଥିତ ରହି ରାସ୍ତାରୋକ ହଟାଇବା ପାଇଁ ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ସନ୍ଧ୍ୟା ୪ଟାରେ ଆରମ୍ଭ ହୋଇଥିବା ରାସ୍ତାରୋକ ଏଯାଏଁ ହଟିନଥିବା ଜଣାପଡ଼ିଛି। ପରିସ୍ଥିତି ଉତ୍ତେଜନାପୂର୍ଣ ରହିଥିବାରୁ ଗୁଣପୁର ଉପଜିଲ୍ଲାପାଳ ଦିଲୀପ ଅଭିଷେକ ଦୁଧାଲ ମଧ୍ୟ ଘଟଣାସ୍ଥଳକୁ ଯାଉଥିବା ସୂଚନା ମିଳିଛି।

Leave A Reply

Your email address will not be published.