ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜମ୍ମୁ-କାଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଜମ୍ମୁ କଶ୍ମୀରର ପୁଲୱାମା ଲାଏରୋ-ପ୍ୟାରିଗାମ ଅଞ୍ଚଳରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଏଠାରେ ମିଳିତ ଅପରେଶନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। କଶ୍ମୀର ଜୋନ ପୋଲିସ ଏକ୍ସ (ଟୁଇଟର୍‌) ରେ ପୋଷ୍ଟ କରି ଏହି ସୂଚନା ଦେଇଛି।

ଏହାପୂର୍ବରୁ ଅଗଷ୍ଟ ୧୮ରେ ଉତ୍ତର କଶ୍ମୀରର କୁପୱାରାରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଥିଲା। ଏଠାରେ ସର୍ଚ୍ଚ ଅପରେଶନ ବେଳେ ସୁରକ୍ଷା ବାହିନୀ ଏକ ବଡ଼ ଧରଣର ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ଗୁପ୍ତଚର ଏଜେନ୍ସିରୁ ପ୍ରାପ୍ତ ଇନପୁଟ ଉପରେ କାର୍ୟ୍ୟ କରି ସେନା, ବିଏସଏଫ ଏବଂ ପୋଲିସର ମିଳିତ ଟିମ କୁପୱାରାର ମାଖିଲ ସେକ୍ଟରରେ ୧୫ ରୁ ୧୮ ଅଗଷ୍ଟ ମଧ୍ୟରେ ଏକ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

Leave A Reply

Your email address will not be published.