‘ଚନ୍ଦ୍ରଯାନ-୩’ ଉପରେ ସାରା ବିଶ୍ୱର ନଜର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ରପୃଷ୍ଠରେ ଇତିହାସ ରଚିବାକୁ ଯାଉଛି ଭାରତ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଚନ୍ଦ୍ରୟାନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ୍‌ ସଫଳତାର ସହ ଏହାର କକ୍ଷ ହ୍ରାସ କରିଚାଲିଛି। ଆସନ୍ତା ୨୩ ତାରିଖ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍‌ ସମୟରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବା ଆଶା କରାଯାଉଛି ବୋଲି ରବିବାର ଇସ୍ରୋ ପକ୍ଷରୁ କୁହାଯାଇଛି।

ଲ୍ୟାଣ୍ଡର ମଡ୍ୟୁଲ (ଏଲ୍‌ଏମ୍‌)ରେ ଲ୍ୟାଣ୍ଡର ‘ବିକ୍ରମ’ ଏବଂ ରୋଭର ‘ପ୍ରଜ୍ଞାନ’ ରହିଛନ୍ତି। ବୁଧବାର ଅପରାହ୍ନ ୫ଟା ୪୭ରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋ ପୂର୍ବରୁ ସୂଚନା ଦେଇଥିଲା ବେଳେ ସେଥିରେ ୧୭ ମିନିଟ ବିଳମ୍ବ ହେବ। ଏଲ୍‌ଏମ୍‌ର ଦ୍ୱିତୀୟ ତଥା ଚୂଡ଼ାନ୍ତ ଡିବୁଷ୍ଟିଂ ମାନୋଭର (ବେଗ ହ୍ରାସ ପ୍ରକ୍ରିୟା) ଶନିବାର ରାତି ୧ଟା ୫୦ରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଫଳରେ ଚନ୍ଦ୍ରଠାରୁ ଏହାର ସର୍ବନିମ୍ନ ଦୂରତା ୨୫ କିଲୋମିଟର ଏବଂ ସର୍ବାଧିକ ଦୂରତା ୧୩୪ କିଲୋମିଟରକୁ ହ୍ରାସ ପାଇଛି।

Leave A Reply

Your email address will not be published.