ନିଲାମ୍ ହେବନି ସନ୍ନି ଦେଓଲଙ୍କ ବଙ୍ଗଳା: ନୋଟିସ୍ ପ୍ରତ୍ୟାହାର କଲା ବ୍ୟାଙ୍କ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅଭିନେତା ସନ୍ନି ଦେଓଲଙ୍କ ବଙ୍ଗଳା ନିଲାମକୁ ନେଇ ଆସିଛି ଏକ ବଡ଼ ଖବର । ବଲିଉଡ୍‌ ଅଭିନେତା ସନି ଦେଓଲଙ୍କର ମୁମ୍ବାଇର ଜୁହୁଠାରେ ଥିବା ବଙ୍ଗଳାକୁ ବ୍ୟାଙ୍କ ଅଫ୍‌ ବରୋଦା ବର୍ତ୍ତମାନ ଆଉ ନିଲାମ କରିବ ନାହିଁ। ବ୍ୟାଙ୍କ ନୋଟିସ ପ୍ରତ୍ୟାହାର କରିନେଇଛି। ପବ୍ଲିକ ସେକ୍ଟର ବ୍ୟାଙ୍କ ସୋମବାର ଏକ ବିବୃତ୍ତିରେ କହିଛି ଯେ ମୁମ୍ବାଇରେ ଅଭିନେତା ତଥା ଭାଜପା ଏମ୍‌ପି ସନ୍ନି ଦେଓଲଙ୍କ ଜୁହୁ ବଙ୍ଗଳା ନିଲାମ ନୋଟିସକୁ ପ୍ରତ୍ୟାହାର କରି ନେଇଛି।

ସନି ବ୍ୟାଙ୍କରୁ ଋଣ ନେଇ ଶୁଝି ନାହାନ୍ତି। ଋଣ ଓ ସୁଧ ମିଶି ୫୬ କୋଟି ଟଙ୍କାରେ ପହଞ୍ଚତ୍ଲାଣି। ବ୍ୟାଙ୍କ ସନିଙ୍କ ସମେତ ତାଙ୍କ ଭାଇ ବବି ଦେଓଲ, ବାପା ଧର୍ମେନ୍ଦ୍ର ଏବଂ ସନିଙ୍କ କମ୍ପାନୀକୁ ନିଲାମ ନୋଟିସ ପଠାଇଥିଲା। ରବିବାର ଏକ ଜାତୀୟ ଖବରକାଗଜରେ ମାଧ୍ୟମରେ ଉକ୍ତ ନିଲାମ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Leave A Reply

Your email address will not be published.