ଓଡ଼ିଆ ନ୍ୟୁଜ୍: ଥରୁଛି ସାରା ଓଡ଼ିଶା, ଜନଜୀବନ ଅସ୍ତବ୍ୟସ୍ତ।କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ଡିଗ୍ରୀ ରେକର୍ଡ।କୋରାପୁଟ ସେମିଳିଗୁଡାରେ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ। ଝାରସୁଗୁଡ଼ା- ୭.୧, ରାଉରକେଲା- ୭.୨, କେନ୍ଦୁଝର- ୯.୬ ଡିଗ୍ରୀ। ସମ୍ବଲପୁର- ୧୦.୮, ହୀରାକୁଦ- ୧୧.୪, ଭୁବନେଶ୍ବର- ୧୨.୬ ଡିଗ୍ରୀ। ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳରେ ଶୀତ ଲହରି ବହିବ । ଏ ବର୍ଷ ପ୍ରଥମଥର ପାଇଁ ଶୀତ ୩ ଡିଗ୍ରୀ ଛୁଇଁଛି । ସେମିଳିଗୁଡ଼ାରେ ରାତି ତାପମାତ୍ରା ସବୁଠୁ କମ୍ ବା ୩.୫ ଡିଗ୍ରୀ ରେକର୍ଡ ହୋଇଛି । ଜି. ଉଦୟଗିରିରେ ପାରଦ ୪ ଡିଗ୍ରୀ ରେକର୍ଡ ହୋଇଛି । ୧୬ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ଫୁଲବାଣୀରେ ୫.୨ ଡିଗ୍ରୀ, ଚିପିଲିମାରେ ୬.୧, ରାଉରକେଲାରେ ୬.୬, ଝାରସୁଗୁଡ଼ାରେ ୬.୮, ଦାରିଙ୍ଗବାଡ଼ିରେ ୭, ଭବାନୀପାଟଣା ଓ ଅନୁଗୁଳରେ ୮, କିରେଇରେ ୮.୧, ନବରଙ୍ଗପୁରରେ ୮.୬, କୋରାପୁଟ ଓ ବଲାଙ୍ଗିରରେ ୯.୩, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୯.୬ ଓ ସୋନପୁରରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଟ୍ୱିନ୍ ସିଟି କଟକରେ ୧୧.୬ ଡିଗ୍ରୀ ଓ ଭୁବନେଶ୍ୱରରେ ୧୧.୮ ଡିଗ୍ରୀ ରହିଥିଲା ।