ନବଙ୍କ ଘରେ ଆଜି ବି ରେଡ୍

0

ଓଡ଼ିଆ ନ୍ୟୁଜ୍: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଜି ବି ଆଇଟି ରେଡ୍‌ ଜାରି ରହିଛି। ଆଜକୁ ୩ ଦିନ ହେବ ହେବ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଚାଲିଛି। ସମ୍ବଲପୁରର ମୁଦିପଡ଼ା ଘର ସମେତ ୪ଟି ସ୍ଥାନରେ ରେଡ୍‌ ରହିଛି। ଘର ସମେତ ବ୍ୟବସାୟିକ ପ୍ରତିଷ୍ଠାନରେ ବି ଚଢ଼ାଉ ଚାଲିଛି।

କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ନବଙ୍କ ପୁଅ ବିଶାଳ ଦାସଙ୍କ ବ୍ୟବସାୟିକ ସାମ୍ରାଜ୍ୟ ବାବଦରେ ଟିକନିକ ତଥ୍ୟ ହାସଲ କରିଛି ଆୟକର ବିଭାଗ । ବିଶାଳ ଦାସଙ୍କ ନାଁରେ ଭୂତ କମ୍ପାନି ରହିଛି କି ନାହିଁ ଆୟକର ବିଭାଗ ତାହାର ଯାଞ୍ଚ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.