ଡିଜି ରାଙ୍କକୁ ପଦନ୍ନତି ପାଇଲେ ୪ଆଇପିଏସ, ଜାଣନ୍ତୁ ସେମାନେ କିଏ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଡିଜି ପାହ୍ୟାକୁ ପଦାନ୍ନତି ପାଇଛନ୍ତି ରାଜ୍ୟର ଆଉ ୪ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ । ସେମାନେ ହେଲେ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ସିଦ୍ଧାର୍ଥ ମହଦୁ ନରବାଣେ, ଅମ୍ରିତ ମୋହନ ପ୍ରସାଦ ଏବଂ ଶ୍ରୀମତୀ ବି. ରାଧିକା । ଏମାନେ ସମସ୍ତେ ୧୯୮୯ ବ୍ୟାଚ୍ ଆଇପିଏସ୍ । ଏମାନଙ୍କ ମଧ୍ୟରୁ ଶ୍ରୀ ପ୍ରସାଦ ଏବଂ ଶ୍ରୀମତୀ ରାଧିକା ଏବେ କେନ୍ଦ୍ରୀୟ ଡେପୁଟେସନ୍ ରେ ଅଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ୪ ଅଧିକାରୀଙ୍କ ପଦୋନ୍ନତି ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଥାଉକି, ୧୯୮୭ ବ୍ୟାଚ୍ ଆଇପିଏସ୍ ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ଛାଡ଼ିଲେ ରାଜ୍ୟରେ ଏବେ ୩ ଜଣ ଅଧିକାରୀ ଡିଜି ପାହ୍ୟାରେ ଅଛନ୍ତି । ସେମାନେ ହେଉଛନ୍ତି ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟାୟ ଏବଂ ଅରୁଣ କୁମାର ରାୟ । ଏହି ତିନିଜଣ ହେଉଛନ୍ତି ୧୯୮୮ ବ୍ୟାଚ୍ ଆଇପିଏସ୍ ।

Leave A Reply

Your email address will not be published.