ଓଡିଆ ନ୍ୟୁଜ୍(ବ୍ୟୁରୋ): ମୃତ୍ୟୁଦୂତ ସାଜି ଆସିଲା ଟ୍ରକ । ଯାତ୍ରୀବାହୀ ଅଟୋକୁ ପଛପଟୁ ଧକ୍କା ଦେଲା । ଅକାଳରେ ଚାଲିଗଲା ୫ ଜୀବନ । କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ସକାଳୁ ମହୁଲ ଟୋଲ ପେଶିବାକୁ ବାଙ୍ଗୁରା ଗାଁର ୫ ଜଣ ଏକ ଅଟୋରେ ମୁକ୍ତାପଶିକୁ ଯାଉଥିବା ବେଳେ ମାଡ଼ି ଆସିଥିଲା କୋଇଲା ବୋଝେଇ ଟ୍ରକ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ଅଟୋଟି ପୂରା ଚୂରମାର ହୋଇଯାଇଛି । ମୃତଦେହ ଏଣେତେଣେ ପଡ଼ିଥିବା ବେଳେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଓ ହେଲପର ଚମ୍ପଟ ମାରିଥିଲେ ।
ମୃତକଙ୍କ ମଧ୍ୟରେ ବାପା ଓ ପୁଅ ଅଛନ୍ତି । ସମସ୍ତ ମୃତକ ଗୋଟିଏ ଗାାଁର । ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ବାଳକ ରହିଛି। ସମସ୍ତ ମୃତକ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର। ସକାଳୁ ମହୁଲ ଟୋଲ ପେଶିବାକୁ ମୁକ୍ତାପଶି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ ଧକ୍କାରେ ଅଟୋଟି ପୁରା ଚୁରମାର ହୋଇଯାଇଛି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲ୍ପର ଚମ୍ପଟ ମାରିଛନ୍ତି। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଘୋଷଣା କରାଯାଇଛି। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମଧ୍ୟ ୨୦ହଜାର ଟଙ୍କା ଦିଆଯିବ।
ତେବେ ଦୁର୍ଘଟଣାସ୍ଥଳର ଦୃଶ୍ଯ ବେଶ୍ ହୃଦୟବିଦାରକ । ଦୁର୍ଘଟଣା ପରେ ଶବଗୁଡ଼ିକ ଛିନଛତର ହୋଇ ପଡ଼ିଛନ୍ତି । ନିଜ ଲୋକଙ୍କୁ ହରାଇବା ପରେ ପରିବାର ସଦସ୍ଯଙ୍କ ଅବସ୍ଥା କହିଲେ ନସରେ । ଛାତି ବାଡ଼େଇ କାନ୍ଦୁଛନ୍ତି ଲୋକେ । କାମ କରିବା ପାଇଁ ବାହାରି ଯେ ଏପରି ଜୀବନ ଚାଲିଯିବ କିଏ ଜାଣିଥିଲା । ଘଟଣାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସେହିପରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ ।
ମୃତକ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ଅନନ୍ତ ସାମଲ, ପ୍ରହ୍ଲାଦ ସାମଲ, ଆଦିକନ୍ଧ ସାମଲ, ଅଂକୁର ସାମଲ ଓ ପୁଅ ଦିବ୍ଯରଞ୍ଜନ ସାମଲ । ୫ ଜଣ ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ନାବାଳକ ରହିଛନ୍ତି । ଆଜି ଭୋର ସମୟରୁ ମହୁଲ ଫଳ ପେଶାଇବା ପାଇଁ ମୁକ୍ତାପଶି ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।ଉତ୍ତ୍ଯକ୍ତ ଲୋକେ ସେଠାରେ ଟ୍ରକ୍କୁ ଭଙ୍ଗାରୁଜା କରିଥିଲେ।