ସୁନ୍ଦରଗଡ଼ର ୪ଟି ବ୍ଲକ ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲାର ୪ଟି ବ୍ଲକ ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ବଣାଇ, ଗୁରୁଣ୍ଡିଆ, ବୀରମିତ୍ରପୁର ଓ କୋଇଡା ବ୍ଲକ ପରିଦର୍ଶନ କରିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ, କ୍ରୀଡ଼ା ଓ ମିଶନ ଶକ୍ତିର ବିଭିନ୍ନ ନିର୍ମାଣଧୀନ ପ୍ରକଳ୍ପ ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ।

ଗୁରୁଣ୍ଡିଆ ବ୍ଲକରେ ଏସଏସଡି ଗାର୍ଲସ ହାଇସ୍କୁଲ ପରିଦର୍ଶନ କରିବା ସହ ଏହାକୁ 5T ରୂପାନ୍ତରୀକରଣ ଯୋଜନାରେ ସାମିଲ କରିଥିଲେ। ଏହା ସହ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପରେ ତୁମକେଲାରେ ନିର୍ମାଣାଧିନ ବିଜୁସେତୁର ନିର୍ମାଣ ସ୍ଥଳ ଗସ୍ତ କରି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।

ରାଉରକେଲା ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ସେତୁର ନିର୍ମାଣ ଦ୍ୱାରା ୪୦ହଜାର ଅଞ୍ଚଳବାସୀ ଉପକୃତ ହେବେ। ଏହା ପରେ 5T ସଚିବ ବଣାଇର ବାଣେଶ୍ୱର ମନ୍ଦିର ଦର୍ଶନ କରିବା ସହ ସେବାୟତ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ। ବଣାଇରେ ମିସନ ଶକ୍ତି ଦ୍ୱାରା ନିର୍ମିତ ମିଶନ ଶକ୍ତି କାଫେକୁ ଉଦ୍‌ଘାଟନ କରିଥିଲେ। ମିଶନ ଶକ୍ତି କାଫେରେ ଜଳଖିଆ ଖାଇଥିଲେ 5T ସଚିବ ।

ବଣାଇ ହକି ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିବା ସହ ଖେଳାଳିମାନଙ୍କ ସହ ଆଲୋଚନା କରିଥିଲେ। ବୀରମିତ୍ରପୁର ଗସ୍ତ କରି ସେଠାରେ ସ୍ମାର୍ଟ ପାର୍କ ପରିଦର୍ଶନ କରିଥିଲେ। ଏହା ସହ ବୀରମିତ୍ରପୁର ବସ୍‌ଷ୍ଟାଣ୍ଡ ଯାଇ ଏହାର ବିକାଶ ପାଇଁ ଜିଲ୍ଲାପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ। 5T ସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.