ବାଙ୍କୀର ବିଭିନ୍ନ ଅଂଚଳରେ ଥିବା ଛୋଟ ଛୋଟ ଜଙ୍ଗଲରେ ଲାଗିଛି ନିଆଁ, ଗୋଟେଠି ଲିଭାଇଲେ ପୁଣି ଗୋଟେ ଠି ଲାଗିଯାଉଛି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାଙ୍କୀର ବିଭିନ୍ନ ଅଂଚଳରେ ଥିବା ଛୋଟ ଛୋଟ ଜଙ୍ଗଲରେ ନିଆଁ ଲାଗିଛି। ଗତକାଲି ରାତିରେ ବାଙ୍କୀ ବ୍ଲକର ବଲଭଦ୍ରପୁର ପଞ୍ଚାୟତର ଗୋପୀନାଥପୁର ବାଉଁଶ ଜଙ୍ଗଲରେ ନିଆଁ ଲାଗିଥିଲା। ସ୍ଥାନୀୟ ଲୋକେ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ପହଁଚି ନିଆଁ ଲିଭାଇଥିଲେ।

ପୁଣି ଆଜି ମଧ୍ୟାହ୍ନରେ ବଲଭଦ୍ରପୁରଠାରୁ ପତନି ଛକ ରାସ୍ତାକଡରେ ଥିବା ପଟାଶ ଜଙ୍ଗଲରେ ନିଆଁ ଲାଗିଥିଲା। ସ୍ଥାନୀୟ ଆଦିବାସୀ ସାହିର ଲୋକମାନେ ନିଆଁକୁ ଆୟତ୍ତ କରିଥିଲେ। ନିଆଁ କିଭଳି ଲାଗିଲା ତାହା ଜଣା ପଡି ନାହିଁ। କେହି ଜାଣିଶୁଣି ନିଆଁ ଲଗାଇ ଦେଇ ଥାଇ ପାରନ୍ତି ବୋଲି ସ୍ଥାନୀୟ ବାସିନ୍ଦା ସନ୍ଦେହ କରୁଛନ୍ତି।..

Leave A Reply

Your email address will not be published.