ଦେଶରେ 602 ନୂଆ କୋଭିଡ ସଂକ୍ରମଣ, 5 ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗତ ୨୪ ଘଣ୍ଟାରେ ଦେଶରେ ୬୦୨ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସହିତ ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୪୪୪୦ରେ ପହଞ୍ଚିଛି। ମଙ୍ଗଳବାର ୫୭୩ଟି ନୂଆ ମାମଲା ରେକର୍ଡ ହୋଇଥିଲା। କରୋନାର ସବ-ଭାରିଆଣ୍ଟ ଜେଏନ.୧ଯୋଗୁ ଭାରତ ସମେତ ଅନ୍ୟାନ୍ୟ ଦେଶରେ ସଂକ୍ରମଣ ହାର ବୃଦ୍ଧି ପାଉଛି ।

ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉକି, ଗତକାଲି ଦେଶରେ 573 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 2 ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ପଡିଟିଭ ହାର ବୃଦ୍ଧି ପାଇଥିବା ବେଳ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା 602 ଜଣ ସଂକ୍ରମିତଙ୍କ ମଧ୍ୟରୁ 148 ଜଣ କର୍ଣ୍ଣାଟକର ହୋଇଥିବା କୁହାଯାଇଛି । ଅନ୍ୟପଟେ ଆଜି 5 ଜଣ କୋରୋନା ସଂକ୍ରମିତ ଆଖି ବୁଜିଥିବା ବେଳେ ସେଥିରୁ ମଧ୍ୟ ଜଣେ କର୍ଣ୍ଣାଟକର ହୋଇଥିବା ତଥ୍ୟରେ ପ୍ରକାଶିତ ହୋଇଛି । ବିଜୟ ନଗରର 45 ବର୍ଷୀୟ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା କୁହାଯାଇଛି ।

ଗତ ଏକ ମାସ ହେବ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି କେରଳ ଏବଂ ଗୋଆରେ ମାଡି ଚାଲିଛି ଜେଏନ 1 । ବର୍ତ୍ତମାନ ସୁଦ୍ଧା କେରଳରୁ 133 ଜଣ ଜେଏନ 1 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୋଆରୁ 21 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ ଅନୁଯାୟୀ, ମହାମାରୀ ଆରମ୍ଭରୁ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4.4 କୋଟିରୁ ଅଧିକ । ଏହି ସଂଖ୍ୟା ସହ ଦେଶରେ ସାମଗ୍ରିକ ସୁସ୍ଥ ହାର 98.81 ପ୍ରତିଶତ ରହିଛି । ୱେବସାଇଟ୍ ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 220.67 କୋଟି ଡୋଜ୍ କୋଭିଡ୍ ଟିକା ପ୍ରଦାନ କରାଯାଇସାରିଛି ।

Leave A Reply

Your email address will not be published.