ରାଜ୍ୟର ୯ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ: ଘୋଷଣା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟର ୯ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ। ଏନେଇ ଘୋଷଣା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ପୁରୀ,ମାଲକାନଗିରି, ନବରଙ୍ଗପୁରରେ, କୋରାପୁଟ,ଗଜପତି,କେନ୍ଦ୍ରାପଡା, ବୌଦ୍ଧ,ଜଗତସିଂହପୁର, ଦେବଗଡ଼ ହେବ ଫାଇଲେରିଆ ମୁକ୍ତ। ଅନ୍ୟ ୨୧ ଟି ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ଆରମ୍ଭ ହେଲା ଫାଇଲେରିଆ ନିରାକରଣ ଅଭିଯାନ।

ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଏହି ଅଭିଯାନ କରାଯିବ ଓ ପରବର୍ତ୍ତୀ ସମୟରେ ଆଉ ୧୧ ଟି ଜିଲ୍ଲାରେ ଏହି ଅଭିଜାନ ଆରମ୍ଭ ହେବ। ପ୍ରଥମ ଦଶଟି ଜିଲ୍ଲାରେ ଡିଇସୀ, ଆଲବେନଣ୍ଡାଜଲ୍ ଟାଵଲେଟ ଲୋକଙ୍କୁ ଦିଆଯିବ। ଅନ୍ୟ ଜିଲ୍ଲାରେ ଏହି ଦୁଇ ଟାଵଲେଟ ସହ ଆଇଭ୍ରମେକଟିନ୍ ଟାଵଲେଟ ଦିଆଯିବ। ଏହିଭଳି ନିୟମିତ ବ୍ୟବଧାନରେ ଏହି ଔଷଧ ସେବନ କଲେ ଖୁବ ଶୀଘ୍ର ରାଜ୍ୟ ଫାଇଲେରିଆ ମୁକ୍ତ ହେବ।

Leave A Reply

Your email address will not be published.