ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ସକାଳେ ଭୁବନେଶ୍ବରର ଘାଟିକିଆ ଅଞ୍ଚଳରେ ଘଟିଛି ହୃଦୟ ବିଦାରକ ଘଟଣା। ସ୍ୱାମୀ ସଞ୍ଜିତ ଦାସ ଅମାନୁଷିକ ଭାବେ ଧାରୁଆ ଛୁରୀରେ ହତ୍ୟା କରିଛି। ବର୍ବର ତାର ସବୁ ସୀମା ଟପି ଯାଇଥିଲା ସଞ୍ଜିତ। ଗୋଡ଼ାଇଗୋଡ଼ାଇ ଘର ଭିତରେ ୪୦ରୁ ୫୦ଥର ଭୂସି ହତ୍ୟା କରିଛି। ସଞ୍ଜିତ ଜଣେ ନିଶାଖୋର। ସବୁବେଳେ ନିଶାରେ ଡୁବି ରହିଥାଏ। ସ୍ତ୍ରୀ ସରସ୍ୱତୀ ଦାସ ଘରୋଇ ମେଡ଼ିକାଲରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ସଞ୍ଜିତ କିଛି କାମଧନ୍ଦା କରନ୍ତି ନାହିଁ। ସଞ୍ଜିତକୁ ପୋଲିସ ଗିରଫ କରିଛି।
ସଞ୍ଜିତଙ୍କ ୪ ଦିନ ତଳେ ଝିଅ ହୋଇଥିଲା। ତାଙ୍କର ଆଉ ଏକ ୬ ବର୍ଷର ଝିଅ ମଧ୍ୟ ରହିଛି। ନିଶାସକ୍ତ ଅବସ୍ଥାରେ ୬ ବର୍ଷର ଝିଅକୁ ବି ଆକ୍ରମଣ କରିବାକୁ ପଛାଇ ନଥିଲା। ହେଲେ ଦୁଇ ଝିଅ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଫରେନସିକ ଟିମ ଆସି ଘଟଣାର ଯାଞ୍ଚ କରିଛନ୍ତି। ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠା ଯାଇଛି। ଘଟଣା ସ୍ଥଳରୁ ଛୁରୀ ଜବତ କରିଛି ଫରେନସିକ ଟିମ। ସରସ୍ୱତୀଙ୍କ ସହ ସବୁବେଳେ ମାରପିଟ କରୁଥିଲେ ସଞ୍ଜିତ। ନିଶା ପାଇଁ ମନା କଲେ ଅତ୍ୟାଚାର କରୁଥିବା ତାଙ୍କ ସହ କାମ କରୁଥିବା ମହିଳା କହିଛନ୍ତି। ସେହିଭଳି ନିଶାରେ ସେ ଏଭଳି କରିଥାଇପରନ୍ତି ବୋଲି ସଞ୍ଜିତଙ୍କ ସମ୍ପର୍କୀୟ କହିଛନ୍ତି।
ସଞ୍ଜିତଙ୍କ ଏହି ଅମାନବୀୟ କାଣ୍ଡ ଗୋଟିଏ ପରିବାରକୁ ଦୁଃଖରେ ବୁଡାଇ ଦେଲା। ଦୁଇଟି ଝିଅ ଜୀବିତ ଅଛନ୍ତି। କିପରି ସେମାନଙ୍କୁ ପାଳନ କରିବେ ସେ ନେଇ ଚିନ୍ତାରେ ସଞ୍ଜିତଙ୍କ ପରିବାର। ସରସ୍ୱତୀ ଦାସଙ୍କ ମୃତ ଶରୀରକୁ ପୋଷ୍ଟ ମର୍ଟମ ପାଇଁ ଏମ୍ସକୁ ନିଆଯାଇଛି। ଫରେନସିକ ଟିମ ଓ ପୋଲିସ ଘଟଣା ସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି।