ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା ହାସଲ କଲା ଆପୋଲୋ ହସ୍ପିଟାଲ, ଭିନିସ ରୋଵୋଟିକ ପଦ୍ଧତିରେ ମହିଳାଙ୍କ ଗର୍ଭାଶୟରୁ ବାହାର କଲା ଟ୍ୟୁମର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ପ୍ରଥମ ଥର ପାଇଁ ଡା ଭିନିସ ରୋଵୋଟିକ ପଦ୍ଧତି ରେ ମହିଳା ଙ୍କ ଗର୍ଭାଶୟ ରୁ ଟ୍ୟୁମର ବାହାର କରିବାରେ ସଫଳତା ମିଳିଛି । ରୋବଟିକ ସର୍ଜରୀ ଭଳି ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ହାସଲ କରିଛି ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲ । ଆପୋଲ ସ୍ତ୍ରୀ ଓ ପ୍ରସୂତି ବିଭାଗ ର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର ଜି .ଏସ.ଏସ ମହାପାତ୍ର ଓ ଆପୋଲ ହସ୍ପିଟାଲ ହାଇଦ୍ରାବାଦ ର ବରିଷ୍ଠ ଡାକ୍ତର ରୁମା ସିହ୍ନା ଙ୍କ ଦ୍ଵାରା ଏହି ଅସ୍ତ୍ରୋପଚାର କରାଯାଇଥିଲା । ଜଣେ ସର୍ଜନ ଭାବରେ ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଏହି କୌଶଳ ଲାପର୍ସ୍କୋପିକ ଚିକିତ୍ସା ପଦ୍ଧତି ଠାରୁ ଯଥେଷ୍ଟ ଉନ୍ନତ ।

ଗୁରୁତର ଏଣ୍ଡ୍ରୋମେଟ୍ରିଓସିସି ଅସ୍ତ୍ରୋପଚାର ସମୟରେ ଏହି କୌଶଳ ସବୁଠାରୁ ଅଧିକ ଉପଯୋଗୀ ହୋଇଥାଏ ବୋଲି ଡ଼କ୍ଟର ମହାପାତ୍ର କହିଛନ୍ତି । ରୋରୋବଟିକ ଲାପରୋର୍ସ୍କୋପିକ ରୋଗୀ ମାନଙ୍କ ସୁବିଧା ଜନକ ହେବା ସହିତ ସର୍ଜନ ମାନଙ୍କ ପାଇଁ ଏହା ଅତି ସୂକ୍ଷ୍ମ ସ୍ଥାନକୁ ମଧ୍ୟ ଥ୍ରୀ ଡି ଭିଜୁଆଲିଜେସନ ମାଧ୍ୟମରେ ସ୍ପଷ୍ଟ ଭାବରେ ଦେଖିବାରେ ସାହାଯ୍ୟ କରେ । ଏହା ଦ୍ୱାରା ଅତି ଜଟିଳ ଅସ୍ତ୍ରୋପଚାର ମଧ୍ୟ ଖୁବ ସହଜରେ ଏବଂ କ୍ଷୁଦ୍ର କଣା କରି କରାଯାଇପାରେ । ଏହି ପଦ୍ଧତି ରେ ବ୍ୟବହାର ହେଉଥିବା ଯନ୍ତ୍ର ର ଉନ୍ନତ ଏରଗୋନୋମିକ୍ସ ଯୋଗୁଁ ଅସ୍ତ୍ରୋପଚାର ସଫଳତା ହାର ମଧ୍ୟ ଅଧିକ ହୋଇଥିଏ ବୋଲି ହାଇଦ୍ରାବାଦ ଆପୋଲ ହସ୍ପିଟାଲର ବରିଷ୍ଠ ଡାକ୍ତର ରୁମା ସିହ୍ନା କହିଛନ୍ତି ।

Leave A Reply

Your email address will not be published.