ଘର ଛାତ ଉପରେ ଆଜବେଷ୍ଟ କାମ କରୁଥିବାବେଳେ ବଜ୍ରାଘାତ: ୪ ମୃତ, ୨ ଗୁରୁତର

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ବଜ୍ରାଘାତରେ ୪ ମୃତ, ୨ ଗୁରୁତର । ନୂଆପଡା ଜିଲ୍ଲା କୋମନା ବ୍ଲକ ମଲ୍ଲିକମୁଣ୍ଡା ଗାଁରେ ଅଘଟଣ ଘଟିଛି । ମୃତକ ୪ ଜଣ ଗୋଟିଏ ପରିବାର । ମୃତକଙ୍କ ନାଁ ତୀର୍ଥ ନାଗ, ଚୂଡାମଣି ନାଗ, ଲକ୍ଷ୍ମଣ ନାଗ ଓ ଗୁନସାଗର ନାଗ । ଅପରାହ୍ନରେ ଘର ଛାତ ଉପରେ ଆଜବେଷ୍ଟ କାମ କରୁଥିବାବେଳେ ବଜ୍ରାଘାତ ହୋଇଥିଲା । ୪ଜଣଙ୍କୁ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସେପଟେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ । ମୃତକ ସେହି ଗାଁର ପ୍ରଶାନ୍ତ ସାହୁ । ପ୍ରଶାନ୍ତ ଘର ପାଖ କୂଅ ନିକଟରେ ବସିଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ ।

 

Leave A Reply

Your email address will not be published.