ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ରାଜଧାନୀରେ ଚାଞ୍ଚଲ୍ୟ। ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଟେଲିଭିଜନ ସିରିଏଲ ଅଭିନେତ୍ରୀ। ବର୍ତ୍ତମାନ ସୁଦ୍ଧା ସନ୍ଦେହ ଘେରରେ ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଘଟଣା ରହିଛି। ଆତ୍ମହତ୍ୟା ପଛରେ କଣ ରହିଛି କାରଣ? ପ୍ରେମ ବ୍ୟାପାର କୁ ନେଇ ଆତ୍ମହତ୍ୟା କରିଛନ୍ତି କି ଅଭିନେତ୍ରୀ? ଏହାକୁ ନେଇ ତଦନ୍ତ କରୁଛି ନୟାପଲ୍ଲୀ ଥାନା ପୋଲିସ।
ମୃତଦେହ ନିକଟରୁ ସୁଇସାଇଡ଼ ନୋଟ ଜବତ କରାଯାଇଛି। ସୁଇସାଇଡ ନୋଟରେ ମିସ ୟୁ ବାବା, ମୁଁ ଉପରେ ଥାଇ ତୁମକୁ ବହୁତ ମିସ କରିବି । ମୁଁ ଗୋଟେ ଖରାପ ଝିଅ ବୋଲି ଏଭଳି ଲେଖିଛନ୍ତି ଅଭିନେତ୍ରୀ। ମୃତ ଅଭିନେତ୍ରୀଙ୍କ ନାଁ ରଶ୍ମି ରେଖା ଓଝା।
ନିକଟରେ କେମିତି କହିବି କହ ସିରିଏଲରେ ଅଭିନୟ କରିଥିଲେ। ରଶ୍ମିଙ୍କ ଘର ଜଗତସିଂହପୁର ସଂଅରା ଅଞ୍ଚଳରେ। ଭୁବନେଶ୍ୱରର ନୟାପଲ୍ଲୀ ଗଡ଼ ସାହିରେ ଘର ଭଡା ନେଇ ରହୁଥିଲେ ଅଭିନେତ୍ରୀ ରଶ୍ମିରେଖା।ଗତକାଲି ତାଙ୍କ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ।ଅଭିନେତ୍ରୀଙ୍କର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିଛି ପୋଲିସ।