ମାନସିକ ଅବସାଦରେ ଥିଲେ ରାଇମୋହନ: ସାଇଣ୍ଟିଫିକ ଟିମ୍‌ର ତଥ୍ୟ ଆଧାରରେ ତଦନ୍ତ କରୁଛି କମିଶନରେଟ ପୋଲିସ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ୪ ଦିନ ପରେ ବି ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା ରହସ୍ୟ ଉପରୁ ହଟିନି ପରଦା । ତଦନ୍ତରୁ ଜଣାପଡ଼ିଛି ମାନସିକ ଚାପରେ ଥିଲେ ରାଇମୋହନ। କିନ୍ତୁ କେଉଁ କାରଣରୁ ସେ ଅବସାଦରେ ଥିଲେ ପୋଲିସକୁ ତଥ୍ୟ ଦେଉ ନାହାନ୍ତି ପରିବାର । ସାଇଣ୍ଟିଫିକ ଟିମ୍‌ର ତଥ୍ୟ ଆଧାରରେ ତଦନ୍ତ ଚାଲିଛି । ସେପଟେ ରାଇମୋହନଙ୍କ ପୋଷ୍ଟ ମୋର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଘରର ସିସିଟିଭି କ୍ୟାମେରା ଫୁଟେଜ ପୋଲିସକୁ ଦେଉ ନାହାନ୍ତି ପରିବାର ଲୋକେ। ରାଇମୋହନଙ୍କ ମୃତ୍ୟୁ ଘଟଣାରେ ପରିବାର, ଡ୍ରାଇଭର, ପଡୋଶୀ ଓ ନିକଟ ସଂପର୍କୀୟଙ୍କୁ ପଚରାଉଚରା କରାଯାଉଛି ।

ଏପଟେ ରାଇମୋହନଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିଲେ କ୍ୟାପିଟାଲ ହସପିଟାଲ ଆଇ ରିକଭରି ଟେକ୍ନିସିଆନ ସୁମିତ୍ରା ରାଉତ । ମୃତ୍ୟୁର ୧୦ ଦିନ ପୂର୍ବରୁ ସୁମିତ୍ରାଙ୍କ ସହ ତାଙ୍କର ଦେଖା ହୋଇଥିଲା । ଆଉ କଥା ହେବା ବେଳେ ମୃତ୍ୟୁ ପରେ ଚକ୍ଷୁଦାନ ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ । ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କ ଆଖିକୁ ବାହାର କରି ଚକ୍ଷୁ ବ୍ୟାଙ୍କରେ ରଖାଯାଇଛି । ଗତ ୨୪ ତାରିଖରେ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ଘରୁ ରାଇମୋହନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ରାଇମୋହନଙ୍କ ମୃତ୍ୟୁ ଘଟଣାରେ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।

 

() ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା ଘଟଣାର ଖିଅ ଖୋଜୁଛି ପୋଲିସ । ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି । ମାନସିକ ଅବସାଦରେ ଥିଲେ ରାଇମୋହନ । କିନ୍ତୁ କେଉଁ କାରଣରୁ ସେ ଅବସାଦରେ ଥିଲେ ତାହା ଜଣାପଡ଼ିନଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ସାଇଣ୍ଟିଫିକ ଟିମ୍‌ର ତଥ୍ୟ ଆଧାରରେ ବି ତଦନ୍ତ ଚାଲିଛି । ରାଇମୋହନ ଓ ପରିବାର ଲୋକଙ୍କର ଫୋନ CDR ଅନାଲିସିସ କରାଯାଉଛି । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Leave A Reply

Your email address will not be published.