ଆଜି ୨୩୨୦ ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା, ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): 18ରୁ 59 ବର୍ଷ ବୟସ ବର୍ଗଙ୍କ ପ୍ରିକସନ ଡୋଜ ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କ ସୂଚନା । ଆଜି ରାଜ୍ୟରେ 2320 ଟୀକାକରଣ କେନ୍ଦ୍ରରେ ଚାଲିଛି ଟୀକାକରଣ । ଏ ବୟସ ବର୍ଗରେ 2 କୋଟି 65 ଲକ୍ଷରୁ ଅଧିକ ଲୋକ ଅଛନ୍ତି । ଭୁବନେଶ୍ୱରରେ ଏ ବୟସ ବର୍ଗର 7 ଲକ୍ଷ ରୁ ଅଧିକ ଲୋକ ଅଛନ୍ତି । ଭୁବନେଶ୍ୱରରେ 19ଟି ଟୀକାକରଣ କେନ୍ଦ୍ର ହୋଇଛି । ବର୍ତ୍ତମାନ ସୁଦ୍ଧା 18ରୁ 59 ବର୍ଷ ବୟସ ବର୍ଗରେ ରାଜ୍ୟରେ 1 ଲକ୍ଷ 52 ହଜାର ପ୍ରିକସନ ଡୋଜ ନେଇସାରିଛନ୍ତି । ସବୁ ଜିଲ୍ଲାରେ ଏହି ଟୀକାକରଣ ପାଇଁ ନିର୍ଦେଶ ଦିଆଯାଇଛି ।

ଉଭୟ ଅନଲାଇନ ଓ ଅନସାଇଟ ପଞ୍ଜିକରଣ କରି ଟୀକା ନେଇପାରିବେ ହିତାଧିକାରୀ । ଏବେ ରାଜ୍ୟରେ 13 ଲକ୍ଷ ଡୋଜ ଟୀକା ମହଜୁଦ ଅଛି । ଏହା କିଛି ଦିନ ଯାଏଁ ଚାଲିବ । ଏହାପରେ ଅଧିକ ଟୀକା ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ । ଯେହେତୁ ମାଗଣା ଟୀକାକରଣ ଲାଗି 75 ଦିନ ସମୟ ଅଛି, ସବୁ ଲୋକଙ୍କୁ ପ୍ରିକସନ ଡୋଜ ଟୀକାକରଣ କରାଇବା ସାମାନ୍ୟ କଷ୍ଟକର ହୋଇପାରେ । ତେବେ ଲୋକମାନେ ଆଗ୍ରହ ଦେଖାଇଲେ ଅଧିକରୁ ଅଧିକ ଲୋକଙ୍କ ଟୀକାକରଣ କରାଯାଇପାରିବ । ସବୁ ଲୋକଙ୍କୁ ପ୍ରିକସନ ଡୋଜ ଦେବାକୁ ରାଜ୍ୟର ଟୀକାକରଣ କେନ୍ଦ୍ର ସଂଖ୍ୟା 3 ହଜାରରୁ ଅଧିକକୁ ବଢ଼ାଯିବ । ଏମିତିକି କଲେଜ, ଶିକ୍ଷାନୁଷ୍ଠାନରେ କ୍ୟାମ୍ପ କରି 18 ବର୍ଷରୁ ଉର୍ଦ୍ଧ୍ବ ବୟସର ପିଲାଙ୍କୁ ମଧ୍ୟ ଟୀକାକରଣ କରାଇବାକୁ ଯୋଜନା ହୋଇଛି ।

Leave A Reply

Your email address will not be published.