ସ୍ତ୍ରୀର କଟାମୁଣ୍ଡ ଧରି ୧୨ କିଲୋମିଟର ଚାଲିଲା ପିଶାଚ ସ୍ୱାମୀ, ପରକୀୟା ପ୍ରିତିକୁ ସନ୍ଦେହ କରି ହତ୍ୟା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସ୍ତ୍ରୀର କଟାମୁଣ୍ଡ ଧରି ୧୨ କିଲୋମିଟର ଚାଲିଲା ପିଶାଚ ସ୍ୱାମୀ। ଏଭଳି ଅଭାବନୀୟ ଲୋମଟାଙ୍ଗୁରା ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁରେ । କଟୁରୀରେ ସ୍ତ୍ରୀର ମୁଣ୍ଡ କାଟି ନିର୍ମମ ହତ୍ୟା କରିଛି ପିଶାଚ ସ୍ୱାମୀ। ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ନିଜ ସ୍ତ୍ରୀର ପରକୀୟା ପ୍ରିତିକୁ ସନ୍ଦେହ କରି ସ୍ତ୍ରୀ ଶୁଚଳା ମାଝିର ମୁଣ୍ଡ କାଟିଥିବା ନିଜେ ସ୍ୱୀକାର କରିଛି। ମୁଣ୍ଡ କାଟିବା ପରେ ଚନ୍ଦ୍ରଶେଖରପୁରରୁ ହାତରେ କଟାମୁଣ୍ଡ ଧରି ଦୀର୍ଘ ବାର କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଆସୁଥିବା ବେଳେ ଜଙ୍ଖିରା ନିକଟରେ ଅଟକାଇଥିଲେ ସ୍ଥାନୀୟ ବାସିନ୍ଦା।

ପରେ ଗଂଦିଆ ଥାନା ପୋଲିସ ଜଙ୍ଖିରା ନିକଟରେ ପହଞ୍ଚି କଟାମୁଣ୍ଡକୁ ଜବତ କରିବା ସହ ପରେ ପିଶାଚ ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ତେବେ ନାକଫୋଡି ନିଜ ସ୍ତ୍ରୀର ଚରିତ୍ରକୁ ନେଇ ବାରମ୍ବାର ବାରଣ କରୁଥିଲେ ମଧ୍ୟ ସ୍ତ୍ରୀ କୌଣସି କଥାକୁ ମାନୁନଥିବା ସେ ପ୍ରକାଶ କରିଛି । ଯାହାକୁ ନେଇ ଆଜି ଭୋର ପ୍ରାୟ ସକାଳ ୩ ଟା ସମୟରେ ସେ ଏକ କଟୁରିରେ ସ୍ତ୍ରୀର ବେକକୁ କାଟି ଦେଇଥିଲେ । ଏହି ଲୋମ ଟାଙ୍ଗୁରା ହତ୍ୟାକାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.