ଓଡିଆ ନ୍ୟୁଜ୍(ବ୍ୟୁରୋ): ଆରପାରିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଳିଙ୍ଗ ଟିଭି ପ୍ରତିନିଧି ଦୁଷ୍ମନ୍ତ ମହାନ୍ତି । ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା । ଆଜି ଭୁବନ ବ୍ଲକରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଥିବାରୁ । ସେ ନିଜ ବାଇକ ଯୋଗେ ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ ଭୁବନ ଥାନା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୩ଟା ୩୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି ।କାମାକ୍ଷାନଗର କଳିଙ୍ଗ ଟିଭି ପାଇିଁ କରୁଥିବା ଯୋଗୁଁ ମୃତ୍ୟୁ ଖବର ପାଇବା ପରେ କାମାକ୍ଷାନଗର ସାମ୍ବାଦିକ ସଂଘର ସଦସ୍ୟ ମାନଙ୍କ ତରଫରୁ ଏକ ଶୋକ ସଭାର ଆୟୋଜନ କରାଯିବା ସହ ବହୁ ରାଜନେତା,ବୁଦ୍ଧିଜୀବୀ ,ଆଇନଜୀବୀ ଶୋକ ବ୍ୟକ୍ତ କରିଛନ୍ତି । ଜଣେ ନିର୍ଭୀକ ଯୁବ ସାମ୍ବାଦିକ ଭାବେ କାମାକ୍ଷାନଗର ଉପଖଣ୍ଡରେ ଜଣାଶୁଣା ଥିଲେ ଦୁଷ୍ମନ୍ତ ।