ବିଧାନସଭାରେ ଜୋର ଧରିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି, ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କଲେ ସବୁ ଦଳର ବିଧାୟକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ଦାବି ଜୋର ଧରିଲା। ସବୁ ଦଳର ବିଧାୟକଙ୍କ ଏକ ସ୍ୱର ଦେଖିବାକୁ ମିଳିଥିଲା। ଦରମା ବୃଦ୍ଧି ପାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେବଳ ଦରମା ନୁହେ ପୂର୍ବତନ ବିଧାୟକଙ୍କ ପେନସନ ଓ ମେଡ଼ିକାଲ ଇନସ୍ୟୁରାନ୍ସ ବୃଦ୍ଧି କରିବା ପାଇଁ ଦାବି କରିଥିଲେ।
ତେଲେଙ୍ଗାନାରେ ବିଧାୟକଙ୍କ ଦରମା ଓ ଭତ୍ତା ବାବଦକୁ 2.50 ଲକ୍ଷ ଟଙ୍କା ମିଳୁଛି। ମହାରାଷ୍ଟ୍ରରେ 2.32 ଲକ୍ଷ ଓ କର୍ଣ୍ଣାଟକରେ 2.05 ଲକ୍ଷ ଟଙ୍କା ମିଳୁଛି। ଏହାସହ ଉତ୍ତରପ୍ରଦେଶ,ଉତ୍ତରାଖଣ୍ଡ ଭଳି ରାଜ୍ୟରେ ବିଧାୟକ ଦରମା ଓ ଭତ୍ତା ଅଧିକ ରହିଛି। କିନ୍ତୁ ଓଡ଼ିଶାରେ ବିଧାୟକ ମାନଙ୍କୁ ଦରମା ଓ ଭତ୍ତା ବାବଦକୁ 99 ହଜାର ଟଙ୍କା ମିଳୁଛି।ବିଧାନସଭାରେ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ବିଜେପି,କଂଗ୍ରେସ ଓ ବିଜେଡି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। 2017ରେ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଏବେ ଦରଦାମ ବଢୁଛି ତେଣୁ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ବିଜେପି ଦାବି କରିଛି।

ଅନ୍ୟ ରାଜ୍ୟର ବିଧାୟକ ମାନେ ଅଧିକ ଦରମା ପାଉଥିବା ବେଳେ ଆମ ରାଜ୍ୟରେ ତାହା ବହୁତ କମ ରହିଛି । ଓଡ଼ିଶାରେ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ମୋଟ 99 ହଜାର 800 ଟଙ୍କା ରହିଛି ତେଣୁ ତାକୁ ବଢାଯାଉ । ଏହା ସହ ପୂର୍ବତନ ବିଧାୟକ ମାନେ ପେନସନ ମାତ୍ର 30 ହଜାର ପାଉଛନ୍ତି ତେଣୁ ଉଭୟ ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବିଧାୟକ ମାନଙ୍କ ଦରମା ବଢ଼ାଇବାକୁ ଦାବି କରିଛନ୍ତି। ଗୃହରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିବା ପରେ ଏହା ଉପରେ ସୁବିଚାର କରିବା ଲାଗି ସରକାରଙ୍କୁ ବାଚସ୍ପତିଙ୍କ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.