ଓଡିଶାରେ କେନ୍ଦ୍ର କୌଶଳ ବିକାଶ ତଥା ଉଦ୍ୟାମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ‘ଅର୍ଗସ ଏଜୁକେସନ ନେକ୍ସଟ-2022 କାର୍ଯ୍ୟକ୍ରମରେ ଦେଲେ ଯୋଗ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଅର୍ଗସ ନ୍ୟୁଜ୍ ପକ୍ଷରୁ ଶିକ୍ଷା ଭିତ୍ତିକ କନକ୍ଲେଭ ‘ଅର୍ଗସ ଏଜୁକେସନ ନେକ୍ସଟ -2022 ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୌଶଳ ବିକାଶ ତଥା ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଯୋଗ ଦେଇଥିଲେ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଥିବା ଏହି ଶିକ୍ଷା ଭିତ୍ତିକ କନକ୍ଲେଭରେ ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ବିଦ୍ୟାଳୟରୁ ଛାତ୍ରଛାତ୍ରୀ, ଶିକ୍ଷକ – ଶିକ୍ଷୟତ୍ରୀ ଓ ଅଧ୍ୟାପକ ମାନେ ମଧ୍ୟ ଯୋଗ ଦେଇଥିଲେ । ଅତିଥି ମାନେ ପ୍ରଥମେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଅର୍ଗସ ନ୍ୟୁଜର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ଅତିଥି ମାନଙ୍କୁ ସ୍ୱାଗତ କରବା ସହ ସ୍ୱାଗତ ଅଭିଭାଷଣ ରଖିଥିଲେ । କନକ୍ଳେଭର ପ୍ରଥମ ପର୍ଯ୍ୟାୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ, ବାରିପଦାର କୁଳପତି ଡକ୍ଟର. କିଶୋର କୁମାର ବାସା, ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ପ୍ରସାଦ ଜୈଶୱାଲ, ଇଗନୁର କୁଳପତି ଡକ୍ଟର ଶ୍ରୀକାନ୍ତ ମହାପାତ୍ର, ଇନଷ୍ଟିଟ୍ୟୁଟ ଅଫ ରୁରାଲ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଡକ୍ଟର ଉମାକାନ୍ତ ଦାସ ଉପସ୍ଥିତ ରଖିଥିଲେ ।
ଦ୍ବିତୀୟ ପର୍ଯ୍ୟାୟରେ ପ୍ରଫେସର କୁଞ୍ଜବିହାରୀ ପଣ୍ଡା, ଅବସରପ୍ରାପ୍ତ ଅଧ୍ୟାପକ, ଉତ୍କଳ ବିଶ୍ୱବିଦ୍ୟାଳୟ, ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ,ପ୍ରିନ୍ସିପାଲ, ରିଜିଓନାଲ ଇନଷ୍ଟିଟ୍ୟୁଟ ଅଫ ଏଜୁକେସନ, ପ୍ରଫେସର ଜୟଦ୍ଵୀପ ତାଲୁକଦାର୍ ,ପ୍ରିନ୍ସିପାଲ, ସିଲିକନ ଇନଷ୍ଟିଟ୍ୟୁଟ ଅଫ ଟେକନଲଜି ଏବଂ ସୁବ୍ରତ କୁମାର ପୃଷ୍ଟି, ସଦସ୍ୟ ତଥା ସଚିବ, ଇନଷ୍ଟିଟ୍ୟୁଟ ଅଫ ଓଡ଼ିଆ ଷ୍ଟଡ଼ିଜ୍ ଆଣ୍ଡ ରିସର୍ଚ୍ଚ, ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ରହିଥିଲେ । ତୃତୀୟ ପର୍ଯ୍ୟାୟରେ ଶ୍ରୀ ବେଦମଣି ତିୱାରୀ, ସିଓଓ, ନ୍ୟାସନାଲ ସ୍କିଲ ଡେଭେଲପମେଣ୍ଟ କର୍ପୋରେସନ (NSDC), ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ସଭାପତି, ସେଞ୍ଚୁରିଆନ ୟୁନିଭରସିଟି ଅଫ ସାଇନ୍ସ ଆଣ୍ଡ ଟେକନଲଜି, ଭୁବନେଶ୍ୱର, ପ୍ରଫେସର ଅବିନାଶ ଠାକୁର, ଏଗଜିକ୍ୟୁଟିଭ୍ ଡ଼ାଇରେକ୍ଟର୍, ଡକ୍ଟର ଡିୱାଇ ପାଟିଲ ୟୁନିଟେକ ସୋସାଇଟି, ବୈଶାଳୀ ଶର୍ମା, ସିଓଓ, ୟଙ୍ଗ ଥିଙ୍କର ଆକାଡେମୀ ସାମିଲ ହୋଇଥିଲେ ।
ସେହିପରି ଚତୁର୍ଥ ପର୍ଯ୍ୟାୟରେ ଅନିଲ ପ୍ରଧାନ, ସିଇଓ, ୟଙ୍ଗ ଥିଙ୍କର ଆକାଡେମୀ, ଡକ୍ଟର ସଞ୍ଚୟ କୁମାର, ପ୍ରେସିଡେଣ୍ଟ କର୍ପୋରେଟ ଆଫାୟାର୍ସ ଆଣ୍ଡ ପବ୍ଲିକ୍ ପଲିସି, ଅପଗ୍ରାଡ଼, ଜୟଦ୍ବିପ ତାଲୁକଦାର ,ପ୍ରିନ୍ସିପାଲ, ସିଲିକନ ଇନଷ୍ଟିଟ୍ୟୁଟ ଅଫ ଟେକନଲଜି, ପଞ୍ଚମୀ ମନୋଓକିଲ ,ଫାଉଣ୍ଡର୍ ଆଣ୍ଡ ଟ୍ରଷ୍ଟି , ଡିଏନ ୱୀସଡ଼ମ ଟ୍ରି ଗ୍ଲୋବାଲ ସ୍କୁଲ, ଡକ୍ଟର ସତ୍ୟବ୍ରତ ମୀନକେତନ, ଅଧ୍ୟକ୍ଷ, ଓଡିଏମ ଗ୍ରୁପ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ଆଉ ଶେଷ ତଥା ପଞ୍ଚମ ପର୍ଯ୍ୟାୟରେ କନକ୍ଲେଭର ମୁଖ୍ୟ ଅତିଥି କେନ୍ଦ୍ର କୌଶଳ ବିକାଶ ତଥା ଉଦ୍ୟାମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଯୋଗ ଦେଇ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନଙ୍କୁ ଜାତୀୟ ଶିକ୍ଷା ନୀତି ଏବଂ କୌଶଳ ବିକାଶକୁ ନେଇ ଦେଶର ଅଗ୍ରଗତି ବିଷୟରେ ଅଭିଭାଷଣ ରଖିଛନ୍ତି ।