କଟକ:ଅଟୋ ଡ୍ରାଇଭର ଅବଦୁଲ କାଦର ହତ୍ୟା ଘଟଣା, ୮ ଦିନ ପରେ ଅଭିଯୁକ୍ତ ଗିରଫ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କଟକ ସଦର ବ୍ଲକ ଅନ୍ତର୍ଗତ କିଶୋନ ନଗର ଥାନା ଅଧିନ ପ୍ରହରାଜପୁର ପଞ୍ଚାୟତ ନମାଜ ପଡିଆଠାରେ ଅଟୋ ଡ୍ରାଇଭର ଅବଦୁଲ କାଦର ହତ୍ୟା ଘଟଣାର ପର୍ଦ୍ଦାଫସ୍ ହୋଇଛି । ଘଟଣାର 8 ଦିନ ପରେ କିଶୋନ ନଗର ଥାନା ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଚିନକୁ ଗିରଫ କରିବାରେ ସଫଳ ହୋଇଛି । ତାକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଛି । ଏହାସହ ଏକ ପରିତ୍ୟକ୍ତ ପୋଖରୀରୁ ମୃତ ଅବଦୁଲଙ୍କ ଲୁଙ୍ଗି ଓ ଗଞ୍ଜି ସହ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ରକୁ ଜବତ କରିଛି ।ହତ୍ୟାକାଣ୍ଡରେ ସମ୍ପକ୍ତ ଥିବା ଅଭିଯୋଗରେ ମାଷ୍ଟରମାଇଣ୍ଡ ସଚିନର କିଛି ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୂଚନାଯୋଗ୍ୟ ଯେ, ହତ୍ୟାକାରୀମାନେ ଅଟୋ ଡ୍ରାଇଭର ଅବଦୁଲ କାଦରଙ୍କୁ ତାଲିବାନୀ ଷ୍ଟାଇଲରେ ବେକ କାଟି ହତ୍ୟା କରିବା ପରେ ଏକ ଖୋଲା ସ୍ଥାନରେ ପକାଇଦେଇ ପଳାଇଥିଲେ ।

Leave A Reply

Your email address will not be published.