ଫ୍ଲିପକାର୍ଟକୁ ହାଇକୋର୍ଟଙ୍କ ଦଣ୍ଡ, କରିଥିଲା ଏହି ଭୁଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜଣେ ଡାକ୍ତରଙ୍କୁ ଏଲଇଡି ଟିଭି ବିକ୍ରୀ କରି ସେବା ଯୋଗାଇ ନଥିବାରୁ ଫ୍ଲିପକାର୍ଟକୁ ଦଣ୍ଡିତ କରିଛନ୍ତି କଟକ ଜିଲ୍ଲା ଖାଉଟି ଅଦାଲତ। ଟିଭିର ମୁଲ୍ୟ ୭୯୯୯ ଟଙ୍କା ସହ ବାର୍ଷିକ ୯ ଟଙ୍କା ସୁଧ ହାରରେ ପରିଶୋଧ କରିବାକୁ ନିର୍ଦ୍ଦେଶ ରହିଛି। ଏହାସହିତ କ୍ଷତିପୂରଣ ବାବଦକୁ ୨୦ ହଜାର ଟଙ୍କା ଏବଂ ଅଦାଲତ ଖର୍ଚ୍ଚ ବାବଦକୁ ୧୫ ହଜାର ଟଙ୍କା ୩୦ ଦିନ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲା ଖାଉଟି ଅଦାଲତ।

କଟକ ସିଡିଏ ସେକ୍ଟର ୮ ରେ ରହୁଥିବା ଡାକ୍ତର ସୀମାଞ୍ଚଳ ରଥ ୨୦୧୯ ନଭେମ୍ବର ୮ ତାରିଖରେ ଫ୍ଲିପକାର୍ଟ ମାଧ୍ୟମରେ ଏକ ଏଲଇଡି ଟିଭି ମଗାଇ ଥିଲେ। ମାତ୍ର ଦୁଇ ମାସ ମଧ୍ୟରେ ଏହି ଟିଭି ଖରାପ ହୋଇ ଯାଇଥିଲା। ସୀମାଞ୍ଚଳ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫ୍ଲିପକାର୍ଟ ପକ୍ଷରୁ ନୂଆ ଟିଭି କିମ୍ବା ଟିଭି ସଜାଡିବା ପାଇଁ ପଦକ୍ଷେପ ନିଆଯାଇ ନଥିଲା। ଶେଷରେ ସେ ବାଧ୍ୟ ହୋଇ ଖାଉଟି ଅଦାଲତରେ ଏକ ମାମଲା ରୁଜ୍ଜୁ କରିଥିଲେ। ଅଦାଲତ ଏହି ମାମଲାର ଶୁଣାଣି କରି ଏହି କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.