ସୋରରେ ସରକାରୀ ମଦ ଦୋକାନକୁ ଜାଳିଦେଲେ ଦୁର୍ବୃତ୍ତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ସୋର ଖନ୍ତାପଡ଼ା ଥାନା ମୌଉଛଣ ଗ୍ରାମରେ ସରକାରୀ ମଦ ଦୋକାନକୁ ଜାଳିଦେଲେ ଦୁର୍ବୃତ୍ତ । ତା ସହିତ ମଦ ମାଲିକଙ୍କର କାର୍ କୁ ମଧ୍ଯ ପୋଡି ଦେଇଛନ୍ତି । ସନ୍ଦେହରେ ଖନ୍ତାପଡା ପୋଲିସ ୬ଜଣଙ୍କୁ ଅଟକ ରଖିଥିବା ନେଇ ସୂଚନା ।

ସୂଚନା ମୁତାବକ, ଏହି ଗ୍ରାମରେ ସରକାରୀ ମଦ ଦୋକାନ ଖୋଲା ଯାଇଥିବା ବେଳେ ସେଠାକାର ସ୍ଥାନୀୟ ବାସିନ୍ଦା ଗତ କିଛିଦିନ ଧରି ଏହାକୁ ବିରୋଧ କରୁଥିଲେ। ଶେଷରେ ମଦ ଦୋକାନୀ ମାଲିକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ସେଠାରେ ମଦ ଦୋକାନ ଖୋଲିବା ପାଇଁ କହିଥିବା ବେଳେ ଗ୍ରାମବାସୀ ମାନେ ବିରୋଧ କରିଥିଲେ। ଯାହାକୁ ନେଇ କିଛିଦିନ ଧରି ଉତେଜନା ଲାଗିରହିଥିଲା।

Leave A Reply

Your email address will not be published.