୦୮.୦୫.୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ) :ମହାମାରୀ କରୋନା ଭାଇରସ୍ ଠାରୁ ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର / ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକୁ ଛୁଟି ଘୋଷଣା କରିଛନ୍ତି l ପିଲା ମାନଙ୍କ ସ୍ୱାସ୍ଥ୍ୟ କୁ ଗୁରୁତ୍ଵ ଦେଇ ଶେଣୀ ଗୃହ ମାନଙ୍କ ରେ ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି l ଏହି ଯୋଜନା ଫଳରେ ବିଦ୍ୟାଳୟକୁ ଅଧସଂଖ୍ୟକ ପିଲା ଆସିବେ l ସେଥିପାଇଁ ବିଦ୍ୟାଳୟ ମାନଙ୍କରେ ପିଲାମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିହେବ l ଏନସିଇଆରଟି ର ନିର୍ଦ୍ଦେଶକ ଙ୍କ ସୂଚନା ମୁତାବକ ଏହି ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା ଅନୁସାରେ ଯୁଗ୍ମ ତାରିଖ ରେ ଯୁଗ୍ମ ରୋଲ ନମ୍ବର ଥିବା ପିଲା ବିଦ୍ୟାଳୟ କୁ ଆସିବେ ସେହିପରି ଅଯୁଗ୍ମ ରୋଲ ନମ୍ବର ଥିବା ପିଲା ଅଯୁଗ୍ମ ତାରିଖରେ ବିଦ୍ୟାଳୟ ଆସିବେ ଯାହା ପିଲାମାନଙ୍କ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବାକୁ ସହାୟକ ହେବ l ଖୁବଶୀଘ୍ର ଏହାର ଗାଇଡ୍ ଲାଇନ୍ ତିଆରି କରି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ର ଅନୁମତି କ୍ରମେ ରାଜ୍ୟ ଗୁଡିକୁ ପଠାଯିବ l ରାଜ୍ୟ ସରକାର ଚାହିଁଲେ ଏହାର ସଂଶୋଧନ କରି ଲାଗୁ କରିପାରିବେ l