କୋଣାର୍କ କୂଳ ଖାଉଛି ସମୁଦ୍ର: ଧସିଲାଣି ରାସ୍ତା, ଉପୁଡ଼ି ଗଲାଣି ବିଦ୍ୟୁତ ଖୁଣ୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିପଦ ରେ କୋଣାର୍କ -ପୁରୀ ବେଳାମାର୍ଗ | ସମୁଦ୍ର ଆଉ ରାସ୍ତାର ଦୂରତା ମାତ୍ର ଆଉ ଦୁଇହାତ | ସମୁଦ୍ର କୂଳଲଙ୍ଘି ଏବେ ଜନବସତି ମୁଁହା ହେଲାଣି ହେଲେ ପ୍ରଶାସନର ନିଦ ଭାଙ୍ଗୁନି | ଦୀର୍ଘଦିନ ହେବେ ବିଭିନ୍ନ ଗଣମାଧ୍ୟମ ରେ ବେଳାମାର୍ଗ ରାସ୍ତା ବିପଦରେ ବୋଲି ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ଏହି ଘଟଣାକୁ ଅଣଦେଖା କରିଆସୁଥିଲା | ଫଳରେ ଆଜି ସମୁଦ୍ର ତାର କରାଳରୂପ ଦେଖାଇଛି | ସମୁଦ୍ର ଢେଉ ରେ ଦୁଇଟି ବିଦ୍ୟୁତ ଖୁଣ୍ଟ ଧରାସାଇ ହେବା ସହ ରାସ୍ତା କୁ ସୁରକ୍ଷା ପ୍ରଦାନ କରୁଥିବା ପ୍ରାଚେରୀ ଭୁଶୁଡି ପଡ଼ିଥିବା ଦେଖିବାକୁ ମିଳିଛି | ଫଳରେ ରାସ୍ତା ଆଉ ସମୁଦ୍ର ର ଦୂରତା ମାତ୍ର କେଇ ହାତ | ବାହାଘର ବେଳେ ବାଇଗଣ ରୁଆ ପରି ସମୁଦ୍ର ର ଏପରି ତାଣ୍ଡବ ଦେଖି ପ୍ରଶାସନ ତପ୍ତର ହୋଇଉଠଛି | ଏହିପରି ସଙ୍କଟ ସମୟରେ ସମୁଦ୍ରଢେଉକୁ ଅଟକାଇଵା ପାଇଁ ପ୍ରଶାସନ ପକ୍ଷରୁ ବଲ୍ଲା ଓ ବାଲିବସ୍ତା ପକାଯାଉଥିବା ଦେଖିବାକୁ ମିଳିଛି |

ସମସ୍ୟା ଦୀର୍ଘ ଦିନର ହୋଇଥିବା ବେଳେ ଗଣମାଧ୍ୟମ ରେ ଏନେଇ ଖବର ପ୍ରକାଶ ପାଇଥିବା ବେଳେ ପ୍ରଶାସନ କହିଁକି ଏହାକୁ ଅଣଦେଖା କରୁଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଯଦି ଏହି ସମସ୍ୟା ର ସ୍ଥାୟୀ ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ଏହା ଜନବସତି ପାଇଁ ବିପଦ ସୃଷ୍ଟି କରିବ | ପାଖରେ ଥିବା ବାଲୁଖଣ୍ଡ ଅଭ୍ୟାରଣ୍ୟ ମଧ୍ୟ ସମୁଦ୍ରଗର୍ଭରେ ଲୀନ ହେବବୋଲି ପରିବେଶବିତ୍ତ ମାନେ ଚିନ୍ତାପ୍ରକଟ କରିଅଛନ୍ତି |

Leave A Reply

Your email address will not be published.