ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କନ୍ୟାକୁମାରୀରୁ ଆରମ୍ଭ ହୋଇଛି ଭରାତଯୋଡ କାଯ୍ୟକ୍ରମ। ଆଜିକୁ ୧୧ ଦିନରେ ପହଂଚିଛି ଏହି ପଦଯାତ୍ରା। ବର୍ତ୍ତମାନ ୨୧୦ କିଲୋମିଟର ରାସ୍ତା ଅତିକ୍ରମ କରିସାରିଲେଣି। ୫ ମାସରୁ ଉର୍ଦ୍ଧ ସମୟ ଲାଗିବ ଏହି ପଦଯାତ୍ରା ଶେଷ କରିବାକୁ। ପ୍ରତିଦିନ ୨୨ କିଲୋମିଟର ଚାଲୁଛନ୍ତି କଂଗ୍ରେସ ନେତା ଓ ସାଧାରଣ ଜନତା। ଏହି ପଦଯାତ୍ରାରେ ୩୦ ପ୍ରତିଶତ ମହିଳା ମଧ୍ୟ ଯୋଗ ଦେଉଛନ୍ତି। ମୋଦୀଙ୍କ ଚିନ୍ତାଧର ଓ ବିଭିନ୍ନ ଦେଶ ବିରୋଧୀ ପଦକ୍ଷପ ଭାରତ ଦେଶକୁ ଭାଙ୍ଗିଦେଉଛି। ତେଣୁ ଦେଶକୁ ଯୋଡିବାକୁ ଏହି ଭାରତ ଯୋଡ କାଜ୍ୟକ୍ରମ ଆରମ୍ଭ କରାଯାଇଛି।
ନିର୍ବାଚନ ଫାଇଦା ପାଇଁ ସମାଜକୁ ବାଣ୍ଟୁଛନ୍ତି କେନ୍ଦ୍ର ସରକାର। ବିନା ନିର୍ଦେଶରେ ଅପାତିକାଳୀନ ପରିସ୍ଥିତି ସୃଷ୍ଟି କରିଛନ୍ତି ମୋଦୀ ସରକାର ବୋଲି ସାମ୍ବାଦିକ ସମିଳନୀରେ ଅଭିଯୋଗ ଲଗାଇଛନ୍ତି କଂଗ୍ରେସ ବରିଷ୍ଠ ନେତା ଜୟରମ ରମେଶ। ସେହିଭଳି ପିସିସି ସଭାପତି କହିଛନ୍ତି ଯେଉଁ ଯେଉଁ ରାଜ୍ୟ ଦେଇ ଭାରତ ଯୋଡ ଯାତ୍ରା ଯାଉନି। ସେଠି ମଧ୍ୟ ଅନୁଷ୍ଠିତ ହେବ ଭାରତଯୋଡ ଯାତ୍ରା। ଓଡ଼ିଶାରେ ମଧ୍ୟ ଏହି ଯାତ୍ରା ଅନୁଷ୍ଠିତ ହେବ। ଅକ୍ଟୋବର 31 ତାରିଖରେ ଭୁବନେଶ୍ୱର ଇନ୍ଦିତା ଗାନ୍ଧୀ ପାର୍କରୁ ଆରମ୍ଭ ହେବ ଭାରତ ଯୋଡ ଯାତ୍ରା। 2250 କିଲୋମିଟର ଯାତ୍ରା ଅତିକ୍ରମ କରିବ ଦଳର ନେତା ଓ କର୍ମୀ। ସମସ୍ତଙ୍କୁ ଏକାଠି ନେଇ ଆମେ ଆଗକୁ ବଢ଼ିବୁ। ତ୍ରିରଙ୍ଗା ପତାକା ଓ ହାତ ଚି଼ହ୍ନ ପତାକା ଧରି ସମସ୍ତେ ଏହି କାଯ୍ୟକ୍ରମରେ ଯୋଗ ଦେଇପାରିବେ।